ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଛି କେଉଁ ବିଭାଗ

ଭୁବନେଶ୍ୱର କେନ୍ୟୁଜ୍: ଆଇଏଏସ ଅଫିସର ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି । ବିଏମସି କମିଶନର ହେଲେ ପ୍ରେମଚନ୍ଦ୍ର ଚୌଧୁରୀ । ଏବେ ବିଏମସି କମିଶନର ଥିବା ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେହିପରି ମିଶନ ଶକ୍ତି ନିର୍ଦ୍ଦେଶକ ଭାବେ ଅରବିନ୍ଦ ଅଗ୍ରଓ୍ଵାଲଙ୍କୁ ନୂଆ ଦାୟିତ୍ୱ ମିଳିଛି । ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ହେଲେ ନିରଞ୍ଜନ ସାହୁ । ଦାଶରଥୀ ଶତପଥୀଙ୍କୁ ବିଧାନସଭା ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ଅଞ୍ଜନ କୁମାର ମାନିକଙ୍କୁ ଅବକାରୀ କମିଶନର ଭାବେ ବଦଳି କରାଯାଇଛି । ଗୁହାପୁନମ ତାପସ କୁମାର ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ, ଅର୍ଚ୍ଚନା ପଟ୍ଟନାୟକ-ଉଠା ଜଳସେଚନ ନିଗମ MD, ନିର୍ମଳ ଚନ୍ଦ୍ର ମିଶ୍ର-ପର୍ଯ୍ୟଟନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ । ଯାମିନୀ ଷଡ଼ଙ୍ଗୀ ହୋଇଛନ୍ତି ରାଜ୍ୟ ଭେଷଜ ନିଗମ MD । ଭୂପେନ୍ଦ୍ର ସିଂ ପୁନିଆଙ୍କୁ ଓପେପା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ସୀତାଂଶୁ କୁମାର ରାଉତ, ଭବାନୀ ଶଙ୍କର ଚଇନିଙ୍କୁ କଟକ, କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର, କୋରାପୁଟର ପୋମା ଟୁଡୁ, ମଧୁସ୍ମିତା ସାହୁ-ନୂଆପଡ଼ା, ସଂଗ୍ରାମ କେଶରୀ ମହାପାତ୍ର ଜଗତସିଂହପୁର, ଲଲାଟେନ୍ଦୁ ମିଶ୍ରଙ୍କୁ ବୌଦ୍ଧ ଓ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଜ୍ୟୋତିରଂଜନ ପ୍ରଧାନଙ୍କୁ ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.