Below header

ରାଜ୍ୟ ବାହାରୁ ଆସିଥିବା ଲୋକଙ୍କ ସୂଚନା ଦେବାକୁ ଭଦ୍ରକ ଜିଲ୍ଲା ପ୍ରଶାସନ ଜାରି କଲେ ଏମରଜେନ୍ସି ନମ୍ବର

ଭଦ୍ରକ (କେନ୍ୟୁଜ) : ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଁଚିବା ପରେ ରାଜ୍ୟ ସରକାର ଯାଜପୁର ଏବଂ ଭଦ୍ରକକୁ ସଟଡାଉନ ଘୋଷଣା କରିଛନ୍ତି। ସଟଡାଉନ୍ ଯୋଗୁଁ ସହର ସଂପୂର୍ଣ୍ଣ ବନ୍ଦ ରହିଛି। ଘରୁ ନ ବାହାରିବା ପାଇଁ ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି। ଅନ୍ୟପଟେ ୯୦ରେ ପହଂଚିବା ପରେ ରାଜ୍ୟ ସରକାର ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାକୁ ଘୋଷଣା କରିଛନ୍ତି। ସଟଡାଉନ ଯୋଗୁଁ ଏହି ତିନୋଟି ଜିଲ୍ଲା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଭଦ୍ରକ ଜିଲ୍ଳା ପ୍ରଶାସନ ଏକ ଏମରଜେନ୍ସି ନମ୍ବର ଜାରି କରିଛନ୍ତି। ଏହି ନମ୍ବର ଜରିଆରେ ଭଦ୍ରକ ଜିଲ୍ଲାର ଲୋକାଲ ସରପଞ୍ଚ ଏବଂ ବିଡ଼ିଓ ରାଜ୍ୟ ବାହାରୁ ଆସିଥିବା ଲୋକମାନଙ୍କର ସୂଚନା ଦେବାକୁ ଅନୁରୋଧ କରାଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ଜାରି କରିଥିବା ନମ୍ବରଟି ହେଉଛି ୦୬୭୮୪-୨୫୧୮୮୧ ଏବଂ ଅନ୍ୟଟି ହେଉଛି ୦୮୭୬୩୦୦୪୦୧୧।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.