Below header

ଭୁବନେଶ୍ୱରରେ ଖଣି ବ୍ୟବସାୟୀଙ୍କୁ ଅପହରଣ ଘଟଣା: ୱେବ ଚ୍ୟାନେଲର ମୁଖ୍ୟ ଓ ମହିଳା ସାମ୍ବାଦିକଙ୍କୁ ତଡ଼ିପାର କରାଯିବ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରେ ଖଣି ବ୍ୟବସାୟୀଙ୍କୁ ଅପହରଣ ଓ ମୁଣ୍ଡ ଜାମିନ ମାମଲାରେ ଏକ ୱେବ ଚ୍ୟାନେଲର ମୁଖ୍ୟ ରାଜ୍‌ ଓ ମହିଳା ସାମ୍ବାଦିକଙ୍କୁ ତଡ଼ିପାର କରାଯିବ । ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ଏହି ଘଟଣାରେ ସଂପୃକ୍ତ ୱେବ ଚ୍ୟାନେଲର ମହିଳା ସାମ୍ବାଦିକାଙ୍କ ସହ ୫ ଜଣଙ୍କୁ ଗିରଫ କରିଛି ନନ୍ଦନକାନନ ଥାନା ପୋଲିସ । ମୁଖ୍ୟ ଅଭିଯୁକ୍ତ ରାଜକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ।

ଅଭିଯୋଗ ଅନୁଯାୟୀ, ଗତ ୫ ତାରିଖରେ ଖଣି ଲିଜ୍‌ କରାଇ ଦେବାକୁ କହି କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳର ଜଣେ ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ସାହୁ ଓ ତାଙ୍କ ସହଯୋଗୀଙ୍କୁ ଡାକିଥିଲେ ଅପହରଣକାରୀ। ସେମାନଙ୍କୁ ଏକ ଘରେ ବନ୍ଦ କରି ରଖି ପ୍ରବଳ ମାଡ଼ ମାରିବା ସହ ବ୍ୟବସାୟୀଙ୍କୁ ମଦ ପିଆଇ ସିଗାରେଟ ଚେଙ୍କ ଦେଇଥିଲେ । ଦୁଇ ଦିନ ଧରି ନିସ୍ତୁକ ମାଡ଼ ମାରିଥିଲେ । ବ୍ୟବସାୟୀଙ୍କୁ ଛାଡିବାକୁ ୧୦ଲକ୍ଷ ଟଙ୍କା ମାଗିଥିବା ଅଭିଯୋଗ ହୋଇଛି। ଅପହରଣକାରୀଙ୍କ ନିକଟରୁ ଏକ ବନ୍ଧୁକ ଜବତ କରିଛି ପୋଲିସ । ବନ୍ଧୁକର ଲାଇସେନ୍ସ ଅଛି କି ନାହିଁ ସେନେଇ ଚାଲିଛି ତଦନ୍ତ । ପୂର୍ବରୁ ସଂପୃକ୍ତ ୱେବ ଚ୍ୟାନେଲ ନାଁରେ ଦୁଇଟି ମାମଲା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.