Below header

ଗବେଷକଙ୍କ ଦାବି : ଭାରତରେ ଏହି ଟିକା ଡେଲ୍ଟା ଭାରିଏଣ୍ଟସ ଉପରେ ଆଣିବ ବୀଜୟ, ଇମ୍ୟୁନିଟି ମଧ୍ୟ ବଢ଼ାଇବ

ନୂଆଦିଲ୍ଲୀ : କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ଭାରତରେ ବ୍ୟବହାର ହେଉଥିବା ଟିକା ମଧ୍ୟରେ ସ୍ପୁଟନିକ୍‌ ଭି ସବୁଠୁ ପ୍ରଭାବଶାଳୀ ବୋଲି କହିଛନ୍ତି ଗବେଷକ । ସ୍ପୁଟନିକ ଭି ଟିକା ର ୨ ଟି ଡୋଜ ନେଇଥିବା ଲୋକଙ୍କ ମଧ୍ୟରେ ମୃତ୍ୟୁ ହାର ଓ ମେଡିକାଲ ଯିବା ଆଶଙ୍କା କମ୍‌ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି ।

ଏହି ଟିକା ବିଶେଷକରି ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଉପରେ ଅଧିକ ପ୍ରଭାବଶୀଳ ହେଉଥିବା ଗବେଷକମାନେ ପ୍ରକାଶ କରିଛନ୍ତି । ପୁରୁଷଙ୍କ କ୍ଷେତ୍ରରେ ଏହି ଟିକା ୭୬ ପ୍ରତିଶତ ପ୍ରଭାବ ପକାଉଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ଏହା ୮୪ ପ୍ରତିଶତ ପ୍ରଭାବ ପକାଉଥିବା ଜଣାପଡ଼ିଛି । ସେଣ୍ଟ ପିଟର୍ସବର୍ଗ ଠାରେ ଥିବା ୟୁରୋପୀୟ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଏଣ୍ଟୋନି ବାରଚୁକ୍‌ଙ୍କ ନେତୃତ୍ୱରେ କରାଯାଇଥିବା ଅଧ୍ୟୟନରେ ଏହି ତଥ୍ୟ ଜଣାପଡ଼ିଛି । ସ୍ପୁଟନିକ୍‌ ଭି ଟିକା ବର୍ତ୍ତମାନ ସମୟରେ ବହୁତ ପ୍ରଭାବଶାଳୀ ବୋଲି କହିଛନ୍ତି ଏହି ବୈଜ୍ଞାନିକ ଦଳ ।

ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ ସ୍ପୁଟନିକ ଭି ଡେଲ୍ଟା ଭାରିଆଣ୍ଟ ଉପରେ ଭଲ କାମ କରିବ । କରୋନାର ତୃତୀୟ ଲହର ପାଇଁ ସ୍ପୁଟନିକ ଭି ବହୁତ ପ୍ରଭାବଶାଳୀ ହେବ । ଏଥିପାଇଁ ସରକାର ନାଗରିକମାନଙ୍କୁ ତୃତୀୟ ଲହର ଆସିବା ପୂର୍ବରୁ ଅତିକମରେ ଗୋଟିଏ ଟିକା ଦେବାକୁ ଯୋଜନା କରୁଛନ୍ତି ।

୩ୟ ଲହର ପାଇଁ ଏହା ରାମବାଣ ସଦୃଶ ହେବ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି । ହେଲେ ଆଗାମୀ କିଛି ମାସ ଭାରତ ପାଇଁ କୋଭିଡକୁ ନେଇ ମହତ୍ତ୍ୱପୂର୍ଣ୍ଣ ସ୍ଥିତି ରହିଛି । ତେଣୁ ଯେତେବେଳ ଯାଏ ଆମେ ସମସ୍ତେ ଟିକା ନେଇ ନାହାଁନ୍ତି, ସେ ପର୍ଯ୍ୟନ୍ତ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧବା ଉପରେ ବିଶେଷଜ୍ଞମାନେ ଗୁରୁତ୍ୱ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.