ବାଲେଶ୍ବର: ଟିକା ପାଇଁ ବାଦଲ ଫଟା ବର୍ଷାକୁ ବି ଖାତିର କଲେନାହିଁ ଲୋକେ,ରାତି ଅଧାରୁ ଛିଡା ହେଲେ ଲମ୍ବା ଲାଇନରେ

ସୋର(କେନ୍ୟୁଜ୍):  ଟିକା ପାଇଁ ଲମ୍ବାଲାଇନ। ବର୍ଷାରେ ଭିଜି ଭିଜି ଘଣ୍ଟା ଘଣ୍ଟା ଅପେକ୍ଷା କରିରହିଛନ୍ତି ସାଧାରଣ ଲୋକେ । ବାଲେଶ୍ୱର ସୋରରୁ ଟିକାକରଣକୁ ନେଇ ଆସିଛି ଏଭଳି ଅଭାବନୀୟ ଦ୍‌ଶ୍ୟ। କୋଭିଡ ଟିକା ପାଇଁ ଲାଗିଛି ଲମ୍ବା ଲାଇନ । ବର୍ଷାରେ ଭିଜି ଭିଜି ଟିକା ପାଇଁ ରାତି ଅଧରୁ ଅପେକ୍ଷା କରିଛନ୍ତି ଶହ ଶହ ଲୋକ ।

soro1

୧୮ରୁ ୪୪ବର୍ଷ ବୟସର ଲୋକଙ୍କ ପାଇଁ ଟିକାକରଣ ଓ ୪୫ବର୍ଷରୁ ଉର୍ଦ୍ଧ ପାଇଁ ୧୪୦ଟି ପ୍ରଥମ ଡୋଜ ଓ ୬୦ଟି ଦ୍ୱିତୀୟ ଡୋଜ ଦିଆଯିବାର ଥିଲା ।

ତେବେ ୪୫ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଅନସ୍ପଟ ରେଜିଷ୍ଟ୍ରେସନ ହେଉଥିବା ବେଳେ ଲୋକେ ଅଧରାତିରୁ ଅପେକ୍ଷା କରିରହିଛନ୍ତି । ବର୍ଷାରେ ଭିଜି ଭିଜି ଶହ ଶହ ଲୋକ ଛିଡା ହୋଇଥିବା ଦେଖିବାକୁ ମିଳିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.