Below header

ବଦଳିଲେ ଭୁବନେଶ୍ୱର ମହାନିଗମ କମିଶନର, ଦାୟିତ୍ୱ ନେବେ ସଞ୍ଜୟ କୁମାର ସିଂହ

ଭୁବନେଶ୍ୱର (କେନ୍ୟୁଜ୍‌) : ବଦଳିଲେ BMC କମିଶନର। ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସ୍ଥାନରେ ସଞ୍ଜୟ କୁମାର ସିଂହ ହେଲେ କମିଶନର। ୧୯୯୭ ବ୍ୟାଚ୍‌ IAS ସଞ୍ଜୟ କୁମାର ସିଂ। ତାଙ୍କର ପ୍ରଶାସନିକ ଓ ପରିଚାଳନାଗତ ଅଭିଜ୍ଞତା ବେଶ ଅଧିକ ରହିଛି। ବିହାର ଓ ଓଡ଼ିଶାରେ ୧୧ ବର୍ଷ ଧରି ୫ଟି ଜିଲ୍ଲାର ଜିଲ୍ଲାପାଳ ଦାୟିତ୍ୱରେ ରହିସାରିଛନ୍ତି। ଶକ୍ତିକ୍ଷେତ୍ରରେ ତାଙ୍କର ଅଭିଜ୍ଞତା ଅଧିକ। ପାୱାର ଟ୍ରାନ୍‌ସମିଶନ ଏବଂ ପାୱାର ଜେନେରେସନ କଂପାନୀରେ ଏମ୍‌ଡି ଭାବେ କାର୍ଯ୍ୟ କରିଛନ୍ତି। ସେ ବିହାର ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି।

sanjay bmc କମିଶନର ନିଯୁକ୍ତ ହେବା ପୂର୍ବରୁ ସେ ଓଡ଼ିଶା ସରକାରଙ୍କ ଅଧିନରେ ଦକ୍ଷତା ବିକାଶ ଓ ବୈଷୟକି ବିଭାଗର ସଚିବ, ଓଡ଼ିଶା ଇନ୍‌ଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ କର୍ପୋରେସନର ଅଧ୍ୟକ୍ଷ ଏବଂ ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟରର ସିଇଓ ଭାବେ କାର୍ଯ୍ୟ କରିଛନ୍ତି। ଏବେ ଭୁବନେଶ୍ୱର ମ୍ୟୁନିସିପାଲ କମିଶନର ସହ ବିଡିଏ ଉପାଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ ସଞ୍ଜୟ କୁମାର ସିଂ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.