କେତେ ଆଉ ଯିବ ଜୀବନ, ଅକ୍ସିଜେନ୍‌ ଅଭାବରୁ ୪ ଘଣ୍ଟାରେ ଗଲା ୨୬ କରୋନା ରୋଗୀ

ନୂଆଦିଲ୍ଲୀ : ଅକ୍‌ସିଜେନ୍‌ ଅଭାବରୁ ଚାଲିଗଲା ଜୀବନ। ଗୋଆ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ମାତ୍ର ୪ ଘଣ୍ଟାରେ ଗଲା ୨୬ କରୋନା ରୋଗୀଙ୍କ ଜୀବନ । ଅକ୍ସିଜେନ ଅଭାବରୁ ୨୬ ରୋଗୀ ପ୍ରାଣ ହରାଇଥିବା ସୂଚନା ମିଳିଛି । ସମସ୍ତ ରୋଗୀଙ୍କ ମୃତ୍ୟୁ ରାତି ୨ଟାରୁ ସକାଳ ୬ଟା ମଧ୍ୟରେ ହୋଇଛି। ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୧୨୦୦ ଅକ୍‌ସିଜେନ୍‌ ସିଲିଣ୍ଡରର ଆବଶ୍ୟକତା ଥିବାବେଳେ ମାତ୍ର ୪୦୦ ସିଲିଣ୍ଡର ଯୋଗାଇ ଦିଆଯାଇଥିଲା। ଫଳରେ ଅକ୍‌ସିଜେନ୍‌ ଅଭାବ ଯୋଗୁଁ ରୋଗୀ ମାନଙ୍କ ଜୀବନ ଯାଇଥିବା କହିଛନ୍ତି ଗୋଆ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଶ୍ୱଜିତ୍‌ ରାନେ।

ଘଟଣାର ହାଇକୋର୍ଟ ତଦନ୍ତ ଦାବି କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେ । ସେପଟେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ଵନ୍ତ କହିଛନ୍ତି, ହସ୍ପିଟାଲରେ ପର୍ଯ୍ୟାପ୍ତ ଅକ୍ସିଜେନ ଉପଲବ୍ଧ ରହିଛି । ଅକ୍ସିଜେନ ଯୋଗାଣରେ କୌଣସି ସମସ୍ୟା ଥିଲା କି ନାହିଁ ତାହାର ଯାଞ୍ଚ ଚାଲିଛି। ଏହାସହ ରାଜ୍ୟରେ ଅକ୍ସିଜେନର ଅଭାବ ନଥିବା କହିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ । ଅକ୍‌ସିଜେନ୍‌ ଅଭାବରୁ ବିଭିନ୍ନ ରାଜ୍ୟରେ ଚାଲିଯାଉଛି ଗୁରୁତର କରୋନା ରୋଗୀଙ୍କ ଜୀବନ। ମାହାରାଷ୍ଟ୍ରରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି। ତେବେ ମହାରାଷ୍ଟ୍ର ସରକାର ଏହା ଉପରେ ଉପଯୁକ୍ତ ନିୟନ୍ତ୍ରଣ କରିପାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.