Below header

ଭୁବନେଶ୍ୱର-ପୁରୀ ବାଇପାସ୍‌ ହେବ ଆଲୋକମୟ: ହାଇଟେକ ଛକରୁ ଦୟା ବ୍ରିଜ ଯାଏ ୧୨ କିଲୋମିଟର ରାସ୍ତାରେ ଜଳିବ ଲାଇଟ୍

ଭୁବନେଶ୍ୱର: ଭୁବନେଶ୍ୱର-ପୁରୀ ବାଇପାସ୍‌ ହେବ ଆଲୋକମୟ । ହାଇଟେକ ଛକରୁ ଦୟା ବ୍ରିଜ ଯାଏ ୧୨ କିଲୋମିଟର ରାସ୍ତାରେ ଜଳିବ ଲାଇଟ । ଆସନ୍ତାକାଲି ଏହାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ ବର୍ଷ ତଳେ ବାଇପାସ୍‌ ରାସ୍ତା ଲୋକର୍ପିତ ହୋଇଥିଲେ ମଧ୍ୟ ଆଲୋକୀରଣ ହୋଇନଥିଲା ।

ରାସ୍ତା ଅନ୍ଧାର ରହୁଥିବାରୁ ବିଭିନ୍ନ ସମୟରେ ଚୋରି ସହ ଛିନତାଇ ଘଟଣା ଘଟୁଥିବା ଅଭିଯୋଗ ହେଉଥିଲା । ଆଲୋକୀକରଣ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨ କୋଟି ୮୦ ଲକ୍ଷ ଟଙ୍କା ବିଏମସିକୁ ଅନୁଦାନ ଦିଆଯାଇଥିଲା । ଏଥିପାଇଁ ୨୦୧୯ ଫେବ୍ରୁୟାରୀରେ ଟେଣ୍ଡର ଦିଆଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏବେ ତାହା ଶେଷ ହୋଇଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.