Below header

ବିଜେଡିରେ ପୁଅ ଅରବିନ୍ଦ ମହାପାତ୍ର ସାମିଲ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଜୟ

ବିଜେଡିରେ ପୁଅ ଅରବିନ୍ଦ ମହାପାତ୍ର ସାମିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପୁଅକୁ ଆଶୀର୍ବାଦ କରିଥିବା ବାପାଙ୍କୁ ଜଣାଇଥିଲେ ଅରବିନ୍ଦ।

ବିଜେଡିରେ ପୁଅ ଅରବିନ୍ଦ ମହାପାତ୍ର ସାମିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପୁଅକୁ ଆଶୀର୍ବାଦ କରିଥିବା ବାପାଙ୍କୁ ଜଣାଇଥିଲେ ଅରବିନ୍ଦ। ମୁଖ୍ୟମନ୍ତ୍ରୀଙ୍କ ସହ ଥିବା ସଂପର୍କ ନେଇ ସେ ତାଙ୍କୁ ମନେ ରଖିଛନ୍ତି ବୋଲି କହିଛନ୍ତି ବିଜୟ। ଅରବିନ୍ଦ ବିଜେଡିରେ ଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପୁଅ ନିର୍ବାଚନ ଲଢିବ।  ସେ ବହୁ ଆଗରୁ ଲୋକଙ୍କ ସହ ଅଛି। ତା ପାଇଁ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ବିଜୟ ମହାପାତ୍ର। ଆଗାମୀ ଦିନରେ ପୁଅର ସପୋର୍ଟ ହୋଇ ରହିବି ବୋଲି ସେ କହିଛନ୍ତି। ଏହା ସହ ମେଣ୍ଟ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ମେଣ୍ଟ ନେଇ ୪ରୁ ୫ ଦିନ ମଧ୍ୟରେ ସ୍ପଷ୍ଟ ଚିତ୍ର ଆସିଯିବ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.