ମଝି ଆକାଶରେ ଖସି ପଡ଼ିଲା ବିମାନ ଚକ, ଭାଙ୍ଗି ରୁଜି ଚୁରମାର ହେଲା ବିମାନବନ୍ଦର ପାର୍କିଂରେ ଥିବା କାର୍‌

ସାନ ଫ୍ରାନ୍ସିସ୍କୋ ବିମାନ ବନ୍ଦରରୁ ୟୁନାଇଟେଡ୍ ଏୟାରଲାଇନ୍ସର ବିମାନ ବୋଇଙ୍ଗ 777 ଜେଟଲାଇନର ଏକ ଚକ ମଝି ଆକାଶରେ ତଳକୁ ଖସିପଡିଥିଲା । ଏହି ଚକଟି ସିଧା ଯାଇ ଏକ କାର ଉପରେ ପଡ଼ିଥିଲା । ଯାହା ପରେ କାରଟି ଭାଙ୍ଗିରୁଜି ଚୁରମାର ହୋଇଯାଇଥିଲା ।

କିଛି ଲୋକଙ୍କୁ ଫ୍ଲାଇଟରେ ଯାତ୍ରା କରିବାର ସଉକ ଥାଏ । କାରଣ ଫ୍ଲାଇଟରେ ଯାତ୍ରା କଲେ ଆମେ ଆମ ଗନ୍ତବ୍ୟ ସ୍ଥଳକୁ କମ୍‌ ସମୟରେ ପହଞ୍ଚିପାରୁ । କିନ୍ତୁ ଫ୍ଲାଇଟ୍‌ ସମ୍ଭନ୍ଧୀୟ ଅନେକ ଦୁର୍ଘଟଣାର ଖବର ସାମ୍ନାକୁ ଆସିବା ପରେ ଲୋକମାନେ ଫ୍ଲାଇଟରେ ଯାତ୍ରା କରିବାକୁ ଭୟ କରୁଛନ୍ତି । ତେବେ ଆମେରିକାରୁ ଜାପାନ ଯାଉଥିବା ବିମାନରେ ଏକ ଅଜବ ଦୁର୍ଘଟଣା ଘଟିଛି । ସାନ ଫ୍ରାନ୍ସିସ୍କୋ ବିମାନ ବନ୍ଦରରୁ ୟୁନାଇଟେଡ୍ ଏୟାରଲାଇନ୍ସର ବିମାନ ବୋଇଙ୍ଗ 777 ଜେଟଲାଇନର ଏକ ଚକ ମଝି ଆକାଶରେ ତଳକୁ ଖସିପଡିଥିଲା । ଏହି ଚକଟି ସିଧା ଯାଇ ଏକ କାର ଉପରେ ପଡ଼ିଥିଲା । ଯାହା ପରେ କାରଟି ଭାଙ୍ଗିରୁଜି ଚୁରମାର ହୋଇଯାଇଥିଲା । ତେବେ ଫ୍ଲାଇଟର ଚକ ଖସିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଫ୍ଲାଇଟରୁ ଚକ ଖସିବା ପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ଏଭଳି ଘଟଣା ପରେ ଫ୍ଲାଇଟକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା । ପରେ ସମସ୍ତ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନ ଦ୍ୱାରା ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା । ଏହି ବିମାନରେ ୨୩୫ ଜଣ ଯାତ୍ରୀଙ୍କ ସହ ୧୪ ଜଣ କ୍ରୁ ମେମ୍ବର୍ସ ମଧ୍ୟ ଥିଲେ । ଭାଇରାଲ ଭିଡିଓଟି ଜିମି ନାମକ ଜଣେ ୟୁଜର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଟ୍ଵିଟରରେ ସେୟାର କରିଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଫ୍ଲାଇଟ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ହିଁ ଏହାର ୬ଟି ଚକରୁ ଗୋଟିଏ ଚକ ହଠାତ ମଝି ଆକାଶରେ ଖସିପଡିଥିଲା । ତେବେ ଏହି ଘଟଣାରେ କେହି ଆହତ ହୋଇନଥିବା ସୂଚନା ରହିଛି । ବିମାନରୁ ଖସି ପଡିଥିବା ଚକଟି ଏକ କାର ଉପରେ ପଡିଥିଲା । ଏହି ଚକଟି ବିମାନରୁ ଖସି ସାନ ଫ୍ରାନ୍ସିସ୍କୋ ଅନ୍ତର୍ଜାତୀୟ ବିମାନବନ୍ଦରର ପାର୍କିଂ ସ୍ଥାନରେ ଥିବା ଏକ କାର ଉପରେ ପଡିଥିଲା । ଚକଟି ଏତେ ଉପରୁ ପଡ଼ିଥିବାରୁ କାରର ପଛ ଭାଗ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ତେବେ ବିମାନଟି କିପରି ଲ୍ୟାଣ୍ଡିଂ କଲା ? ଏନେଇ ଅନେକ ଲୋକ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି । ଫ୍ଲାଇଟରୁ ଚକ ଖସିବା ପରେ ଏହା ବିମାନବନ୍ଦର ପାର୍କିଂରେ ଥିବା ଗାଡି ଉପରେ ପଡ଼ିଥିଲା, ଯାହା ପରେ ଗାଡ଼ିଟି ଭାଙ୍ଗି ଚୁରମାର ହୋଇଯାଇଛି । ଯଦି ଏହି ଚକ କୌଣସି ବ୍ୟକ୍ତି ଉପରେ ପଡ଼ିଥାନ୍ତା ତେବେ ତାର ଅବସ୍ଥା ଯେ କଣ ହୋଇଥାନ୍ତା ତାହା ନକହିବା ଭଲ । ଏୟାରଲାଇନ୍ସ କହିଛି ଯେ ଏହି ବିମାନର ଦୁଇଟି ମୁଖ୍ୟ ଲ୍ୟାଣ୍ଡିଂ ଗିଅରର ଉଭୟ ପାର୍ଶ୍ୱରେ ୬ଟି ଟାୟାର ଥାଏ । ବିମାନକୁ ଏମିତି ଭାବେ ଡିଜାଇନ୍‌ କରାଯାଇଛି ଯେ ଏହା ବିନା ଟାୟାର କିମ୍ବା ଟାୟାର ଖରାପ ହୋଇଗଲେ ମଧ୍ୟ ଏହା ଲ୍ୟାଣ୍ଡ କରିପାରିବ । ଏୟାରଲାଇନ୍ସର ଅଧିକାରୀମାନେ ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି । ତେବେ ଏହି ଘଟଣାର ତଦନ୍ତ ପାଇଁ ଫେଡେରାଲ ଆଭିଏସନ ପ୍ରଶାସନ ନିର୍ଦ୍ଦେଶ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.