ମାଧୁରୀ ଦୀକ୍ଷିତ ମହାଶିବରାତ୍ରୀରେ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଜଣାଇଲେ ଶୁଭେଚ୍ଛା, ଭାଇରାଲ ହେଉଛି ଭିଡିଓ

ମହାଶିବରାତ୍ରୀ ଭଗବାନ ଶିବଙ୍କର ସବୁଠାରୁ ବଡ ରାତି ଭାବରେ ଜଣାଶୁଣା । ଆଜିର ଏହି ଦିନରେ ମାଧୁରୀ ଦୀକ୍ଷିତ ମହାଶିବରାତ୍ରୀର ବିଶେଷ ଉତ୍ସବରେ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମହାଶିବରାତ୍ରୀ ଭଗବାନ ଶିବଙ୍କର ସବୁଠାରୁ ବଡ ରାତି ଭାବରେ ଜଣାଶୁଣା । ଏଥର ମହାଶିବରାତ୍ରୀର ପର୍ବ ଆଜି ପାଳନ କରାଯାଉଛି । ଏହି ଦିନ ପ୍ରତ୍ୟେକ ଭକ୍ତ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରାର୍ଥନା କରନ୍ତି । ବି-ଟାଉନ୍ ଡିଭା ମାଧୁରୀ ଦୀକ୍ଷିତ ଯିଏ ମହାଦେବ ଭକ୍ତ ଏବଂ ମହାଦେବଙ୍କୁ ଖୁସି କରିବା ପାଇଁ ଶିବ ନୃତ୍ୟ ପରିବେଶଣ କରିଛନ୍ତି । ତେବେ ଗରୁଡ ପୁରାଣ, ପଦ୍ମ ପୁରାଣ, ସ୍କନ୍ଦ ପୁରାଣ, ଶିବ ପୁରାଣ ଏବଂ ଅଗ୍ନି ପୁରାଣ ସମସ୍ତେ ମହାଶିବରାତ୍ରୀ ମହୋତ୍ସବରେ ପାଠ କରିପାରିବେ । ଆଜିର ଏହି ଦିନରେ ମାଧୁରୀ ଦୀକ୍ଷିତ ମହାଶିବରାତ୍ରୀର ବିଶେଷ ଉତ୍ସବରେ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମାଧୁରୀ ଦୀକ୍ଷିତ ପ୍ରାୟତଃ ଡ୍ୟାନ୍ସ କରନ୍ତି, ତେବେ ମହାଶିବରାତ୍ରୀ ଅବସରରେ ତାଙ୍କ ପ୍ରଶଂସକଙ୍କୁ ଶୁଭକାମନା ଜଣାଇବା ପାଇଁ ସେ ଏକ ଶିବ ନୃତ୍ୟ ପରିବେଶଣ କରିଛନ୍ତି । ଅଭିନେତ୍ରୀ ଶିବ ଏବଂ ଗୌରିଙ୍କ ଗୀତରେ ତାଙ୍କ ଏକ ବହୁତ ସୁନ୍ଦର ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ବଲିଉଡ ଅଭିନେତ୍ରୀମାନେ ନିଜ ଅଭିନୟ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି । ମାଧୁରୀ ଜ୍ୟାକେଟ୍ ସହିତ କର୍ଡ ସେଟ୍ ରେ ବହୁତ ସୁନ୍ଦର ଦେଖାଯାଉଛି ଏବଂ ନାଚିବାବେଳେ ତାଙ୍କ ଏକ୍ସପ୍ରେସନ୍‌ ବହୁତ ହିଁ ସୁନ୍ଦର ଲାଗୁଛି । ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ।

ଏହି ଭିଡିଓରେ ମାଧୁରୀ ଦୀକ୍ଷିତ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଅଭିନେତ୍ରୀ ନିଜର ସୁନ୍ଦର ନୃତ୍ୟ ସହିତ ସମସ୍ତଙ୍କ ମନ ଜିତିଛନ୍ତି । ଜଣେ ଅଭିନେତ୍ରୀ ହେବା ବ୍ୟତୀତ ମାଧୁରୀ ଜଣେ ସୁନ୍ଦର ଡ୍ୟାନ୍ସର । ତେବେ ଏହି ଭିଡିଓ ସମସ୍ତଙ୍କ ମନକୁ ଜିତୁଛି । ମାଧୁରୀ ଦୀକ୍ଷିତଙ୍କ ସହିତ ଅନ୍ୟ ବି ଟାଉନ୍ ସେଲିବ୍ରେଟ୍‌ମାନେ ମଧ୍ୟ ମହାଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ।

ମାଧୁରୀ ଦୀକ୍ଷିତଙ୍କ କାମ ବିଷୟରେ କହିବାକୁ ଗଲେ ସେ ଏକ ଡ୍ୟାନ୍ସ ରିଅଲିଟି ସୋ’ରେ ଜଜ୍‌ ଭାବରେ ନଜର ଆସୁଛନ୍ତି । ଏହା ବ୍ୟତୀତ ତାଙ୍କୁ ଶେଷ ଥର ପାଇଁ ୱେବ୍ ସିରିଜ୍ ‘ମାଜା ମା’ରେ ଦେଖିବାକୁ ମିଳିଥିଲା ଯାହା ୨୦୨୨ ମସିହାରେ ଆମାଜନ ପ୍ରାଇମରେ ମୁକ୍ତିଲାଭ କରିଥିଲା ।

 

View this post on Instagram

 

A post shared by Madhuri Dixit (@madhuridixitnene)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.