Below header

ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା କଲେ ବିଜୁ ଛାତ୍ର ଜନତା ଦଳ

ଭୁବନେଶ୍ୱର(କେ ନ୍ୟୁଜ):  ଗତ ଜାନୁୟାରୀ ୨୬ ତାରିଖ ଦିନ ସାହିତ୍ୟ, ଶିକ୍ଷା, କ୍ରୀଡ଼ା, ସ୍ୱାସ୍ଥ୍ୟସେବା, ବିଜ୍ଞାନ ଏବଂ ସମାଜ କଲ୍ୟାଣ ଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ୬ ଜଣ ବ୍ୟକ୍ତିତ୍ୱ ମର୍ଯ୍ୟାଦାଜନକ ସମ୍ମାନ “ପଦ୍ମପୁରସ୍କାର” ପାଇଁ ମନୋନୀତ ହୋଇଛନ୍ତି । ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ପରମ୍ପରାରେ ସମୃଦ୍ଧି ଆଣି ପାରିଥିବାରୁ ସମ୍ମାନଜନକ ପଦ୍ମପୁରସ୍କାରରେ ସମ୍ମାନିତ କରାଯିବା ନେଇ ଘୋଷଣା ହୋଇଛି । ଓଡ଼ିଶାର ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ସମ୍ମାନଜନକ ପଦ୍ମବିଭୂଷଣ ପାଇଁ ମନୋନୀତ ହୋଇଥିବା ବେଳେ କଳା, ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରକୁ ନିସ୍ଵାର୍ଥପର ତ୍ୟାଗ ପାଇଁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ସମାଜସେବୀ ଶାନ୍ତି ଦେବୀ, ପୂର୍ଣ୍ଣମାସୀ ଜାନୀ, ରଜତକୁମାର କର, ଡା. କ୍ରୀଷ୍ଣମୋହନ ପାଠୀ ଓ ନନ୍ଦ ପୃଷ୍ଟି ।

padma awardee

ଆଜି ଏହି ସମସ୍ତ ପ୍ରତିଭାବାନ ବ୍ୟକ୍ତିତ୍ଵଙ୍କୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଆଦେଶ କ୍ରମେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନେ ସେମାନଙ୍କ ବାସଭବନ ଠାରେ ଭେଟି ସମ୍ମାନିତ କରିବା ସହ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପ ସଭାପତି ପ୍ରଦୋଷ ପରିଡ଼ା, ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ୍ ପାଲଟା ସିଂ , କନ୍ଧମାଳ ଜିଲ୍ଲା ସଭାପତି ସୁନିଲ୍ ସେଠୀ, ରାୟଗଡ଼ା ଜିଲ୍ଲା ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା, ଯାଜପୁର ଜିଲ୍ଲା ସଭାପତି ସୌମ୍ୟ ପ୍ରକାଶ ବିଶ୍ଵାଳ, ବ୍ରହ୍ମପୁର ଜୋନ୍ ସଭାପତି ଜ୍ୟୋତି ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.