Below header

କୋରାପୁଟ: କୋଟିଆ ପଞ୍ଚୟତର ବିବାଦୀୟ ୨୧ ଗ୍ରାମରେ ଆନ୍ଧ୍ର କରୁଛି ନିର୍ବାଚନ, ଆଜି ଶେଷ ହୋଇଛି ପ୍ରାର୍ଥୀ ପତ୍ର ଦାଖଲ

କୋରାପୁଟ(କେନ୍ୟୁଜ୍): କୋଟିଆ ପଞ୍ଚୟତର ବିବାଦୀୟ ୨୧ ଗ୍ରାମ ପାଇଁ ଆନ୍ଧ୍ର ସରକାର ପକ୍ଷରୁ ପଞ୍ଚୟତ ନିର୍ବାଚନ କରାଯାଉଛି। ଆଜି ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ ହୋଇଥିବାବେଳେ ତଳ ଗଂଜେଇ ପଦରର ସରପଞ୍ଚ ପ୍ରାର୍ଥୀ ଭାବେ ଏକମାତ୍ର ପ୍ରାର୍ଥୀ ଗେମ୍ୱଲ ଡ଼ମ୍ବୁ  ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।  ଏସମ୍ପର୍କରେ କୁରୁକୁଟି ବୁଥର ରିଟର୍ଣ୍ଣିଂ ଅଫିସର ଏମ ନାଗେଶ୍ବର ରାଓ ସୁଚନା ଦେଇଛନ୍ତି। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରାର୍ଥୀ ଦାଖଲର ଶେଷ ସମୟ ରହିଥିବା ସେ କହିଛନ୍ତି।

kotia electiom

କୋଟିଆର ବିବାଦୀୟ ୨୧ ଟି ଗ୍ରାମକୁ ନେଇ ୩ ପଞ୍ଚାୟତ କରି ସରପଞ୍ଚ ନିର୍ବାଚନ କରୁଥୁବାରୁ ଆନ୍ଧ୍ର ସରକାରଙ୍କ ପଦକ୍ଷେପକୁ ସାଲୁର ମଣ୍ଡଳର ଲୋକେ ସ୍ବାଗତ କରିଛନ୍ତି ।  ବିବାଦୀୟ ୨୧ ଟି ଗ୍ରାମ ପ୍ରତି ଆନ୍ଧ୍ରର ଅଧିକାର ରହିଥିବା କହିଛନ୍ତି।

ଅପରପକ୍ଷେ ଆନ୍ଧ୍ରର ଏଭଳି ପଦକ୍ଷେପକୁ ପଟାଙ୍ଗି ବ୍ଲକ ଚେୟାରମେନ ଦୃଢ ବିରୋଧ କରିଛନ୍ତି।  କୋଟିଆ ପଞ୍ଚାୟତ ପଟାଙ୍ଗି ବ୍ଲକ ଅଧିନରେ ରହିଛି ।  ଅଞ୍ଚଳର ବିକାଶ ପ୍ରତି ଓଡିଶା ସରକାର ଅନେକ କାର୍ଯ୍ୟ କରିଥିବା ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.