Below header

ସାନ ଭାଇର ଷଡ଼ଯନ୍ତ୍ରରେ ବଡ଼ଭାଇକୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ

ମାଲକାନଗିରି (କେ ନ୍ୟୁଜ୍‌) : କଥାରେ ଅଛି ଆଣ୍ଟି ଛୁରୀ ତଣ୍ଟି କାଟେ। ମାଓ ସଙ୍ଗଠନର ମୋହ ଏତେ ଘାରିଲା ଯେ ଏଥିପାଇଁ ଭାଇକୁ ହତ୍ୟା କରିଛି ଭାଇ। ନିଜେ ଷଡ଼ଯନ୍ତ୍ର କରି ହତ୍ୟାକରିଛି। ମାଓ ହିଂସା ଛାଡି ପୁଣି ସ୍ୱାଭାବିକ ଜୀବନକୁ ଫେରିବା ଲାଗି ବଡ଼ଭାଇ ଉଦ୍ୟମ କରିଥିଲେ । କାରଣ ନିଜେ ମାଓ ସଂଗଠନକୁ ତ୍ୟାଗ କରିଥିଲେ ସେ । ତେଣୁ ନିଜ ରାସ୍ତାରେ ସାନ ଭାଇକୁ ଆଣିବାକୁ ବହୁତ ଚେଷ୍ଟା କଲେ । ହେଲେ ଶେଷରେ ତାଙ୍କୁ ନିଜ ଜୀବନ ଦେବାକୁ ପଡ଼ିଛି ।
ଏ ଘଟଣା ହେଉଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର । ଆତ୍ମସମର୍ପଣ କରିଥିବା ମାଓ କମାଣ୍ଡରଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି ।

ମାଓ ନେତା ଡିଭିସି କମାଣ୍ଡର ମଲ୍ଲେସ ୨୦୧୪ ମସିହାରେ ଆତ୍ମସମର୍ପଣ କରିଥିଲେ । ଫେରିଥିଲେ ସମାଜର ମୁଖ୍ୟ ଧାରାକୁ । ପୁଣି ଧରିଲେ ବନ୍ଧୁକ । ହେଲେ ମାନବିକତାରେ ବାଧକ ସାଜୁଥିବା ମାଓ ସଙ୍ଗଠନ ବିରୋଧରେ । ମଲ୍ଲେସ ଆତ୍ମସମର୍ପଣ ପରେ ଜିଲ୍ଲା ପୋଲିସରେ ଆଣ୍ଟି ନକ୍ସଲ ଫୋର୍ସରେ ଯୋଗ ଦେଇଥିଲେ । ଡିଆରଜି ଯବାନ୍‌ ଭାବେ କାମ କରୁଥିଲା ମଲ୍ଲେସ। ଲକ୍ଷ୍ୟ ଥିଲା ନିଜ ଭଳି ସାନ ଭାଇକୁ ମାଓ ସଙ୍ଗଠନରୁ ମୁକୁଳାଇବ। ସେଥିପାଇଁ ଅହରହ ଉଦ୍ୟମ ଜାରି ରଖିଥିଲା। ତେବେ ନିଜ ଗାଁ କୋତ୍ରାପାଲକୁ ଯାଇଥିବା ବେଳେ ୫୦ରୁ ଅଧିକ ମାଓବାଦୀ ତାଙ୍କୁ ଘେରି ଯାଇ ହତ୍ୟା କରିଥିଲେ । ମଲ୍ଲେସ ସାନ ଭାଇ ହାତରୁ ବନ୍ଧୁକ ଛଡ଼ାଇବା ପାଇଁ ଦୀର୍ଘ ଦିନ ହେବ ଚେଷ୍ଟା କରି ଆସୁଥିଲେ। ହେଲେ ସେହି ରକ୍ତର ଭାଇ କଲା ଷଡ଼ଯନ୍ତ୍ର । ମାଓ ସଙ୍ଗଠନ ଛାଡି ମଲ୍ଲେସ ଜରିଆରେ ଆତ୍ମସମର୍ପଣ କରିବ କହି ବଡ଼ ଭାଇକୁ ଘରକୁ ଡାକିଥିଲା। ତେଣୁ ଖୁସିରେ ଆତ୍ମହରା ହୋଇ ଫେରୁଥିଲେ ବଡ଼ ଭାଇ । ତେବେ ସେ କଣ ଜାଣିଥିଲେ ଯେ ସାନ ଭାଇ ଏତେ ବଡ଼ ଷଡ଼ଯନ୍ତ୍ର ରଚିଛି ବୋଲି ?

ପୂର୍ବରୁ ସାନ ଭାଇ ମାଓ କମାଣ୍ଡର ମଙ୍ଗେସକୁ ସୂଚନା ଦେଇଥିଲା । ପ୍ରାୟ ୫୦ରୁ ଊର୍ଦ୍ଧ୍ବ ମାଓବାଦୀ ମଲ୍ଲେସକୁ ଘେରାବନ୍ଦୀ କରିବା ସହ ଗୁଳି କରି ହତ୍ୟା କଲେ । ଏମିତିକି ପ୍ରମାଣ ନଷ୍ଟ କରିବା ପାଇଁ ମଲ୍ଲେସର ମୃତ ଦେହକୁ ତୁରନ୍ତ ପୋଡ଼ି ଦେଲେ । ମୃତ୍ୟୁର ଠିକ୍‌ ପୂର୍ବରୁ ସ୍ତ୍ରୀ ଜ୍ୟୋତି ଭିଡିଓ କଲ କରିଥିଲେ। ମଲ୍ଲେସ ଡରିକି କହିଥିଲେ ମୋତେ ମାଓବାଦୀ ଘେରାବନ୍ଦୀ କରି ରଖିଛନ୍ତି। ଆଉ ତାପରେ ମଲ୍ଲେସଙ୍କ ମୋବାଇଲ କଟିଗଲା। ରକ୍ତମୁଖା ଲାଲବାହିନୀ ତାଙ୍କୁ ଚିରଦିନ ପାଇଁ ଚୁପ୍‌ କରିଦେଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.