Below header

ଗୋଟିଏ ରାତିରେ ପାଣ୍ଡବମାନେ ନିର୍ମାଣ କରିଥିଲେ ଭଗବାନ ଶିବଙ୍କ ଏହି ମନ୍ଦିର

ଭାରତର କୋଣ ଅନୁକୋଣରେ ମନ୍ଦିର ରହିଛି । ସେହି ମନ୍ଦିର ମଧ୍ୟରୁ କେତକ ଅତ୍ୟନ୍ତ ପ୍ରାଚୀନ ହୋଇଥିବା ବେଳେ ଆଉ କିଛି ତା’ର ଚମତ୍କାରୀ ଗୁଣ ପାଇଁ ଚର୍ଚ୍ଚିତ । ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବୁ ଯାହା ପାଣ୍ଡବକାଳୀନ ମନ୍ଦିର ଭାବେ ପ୍ରସିଦ୍ଧି ରହିଛି । ଏହି ମନ୍ଦିର ଏକ ବିଶାଳ ପଥର ଦ୍ୱାରା ନିର୍ମାଣ ହୋଇଥିବା ବେଳେ ଏହାକୁ ପାଣ୍ଡବମାନେ ଗୋଟିଏ ରାତିରେ ନିର୍ମାଣ କରିଥିଲେ ବୋଲି ମାନ୍ୟତା ରହଛି ।

ମହାରାଷ୍ଟ୍ରର ମୁମ୍ବାଇ ନିକଟରେ ରହିଥିବା ଏହି ମନ୍ଦିରର ନାମ ହେଉଛି ଅମ୍ବରନାଥ ମନ୍ଦିର । ଏହି ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ । ମନ୍ଦିରରୁ ମିଳିଥିବା ଶିଳାଲେଖା ଅନୁଯାୟୀ ଏହି ମନ୍ଦିରର ନିର୍ମାଣ ୧୦୬୦ରେ ରାଜା ମାମ୍ବାଣି କରିଥିଲେ । ଏହି ମନ୍ଦିରକୁ ପାଣ୍ଡବକାଳୀନ ମନ୍ଦିର ବୋଲି କୁହାଯାଏ । ଏହି ମନ୍ଦିର ଭଳି ମନ୍ଦିର ସାରା ବିଶ୍ୱରେ ନାହିଁ ବୋଲି କୁହାଯାଏ । ଏହି ମନ୍ଦିରରେ ଏମିତି କିଛି ଚମତ୍କାର ଶକ୍ତି ରହିଛି ଯେଉଁଥିପାଇଁ ଏହାର ମାନ୍ୟତା ବୃଦ୍ଧି ପାଏ । ଆସନ୍ତୁ ଜାଣିବା ଏହି ମନ୍ଦିର ସମ୍ପର୍କରେ କିଛି ଖାସ୍‌ କଥା ।

ambarnath temple.
photo credit: wikimapia

*  ଏହି ମନ୍ଦିର ର ସ୍ଥାପତ୍ୟ କଳା ବେଶ୍‌ ପ୍ରାଚୀନ । ୧୦୬୦ ରେ ରାଜା ମାମ୍ବାଣି ଏହାକୁ ନିର୍ମାଣ କରିଥିଲେ । ଏହି ମନ୍ଦିରରେ ଥିବା ଶିବ ଲିଙ୍ଗ ତ୍ରିମସ୍ତକ ଏବଂ ତଳ ଭାଗରେ ନାରୀଙ୍କ ରୂପ ରହିଛି । ଯାହା ଶିବ ପାର୍ବତୀଙ୍କ ରୂପ ବୋଲି କୁହାଯାଏ । ଶୀର୍ଷ ଭାଗରେ ଶିବ ନୃତ୍ୟ ମୁଦ୍ରାରେ ରହିଛନ୍ତି । ମନ୍ଦିରର ଗର୍ଭ ଗୃହ ପାଖରେ ଏକ କୁଣ୍ଡ ରହିଛି ଯେଉଁଠି ଗରମ ପାଣି ବାହାରିଥାଏ ।

ମନ୍ଦିର ଗର୍ଭ ଗୃହ ନିକଟରେ ଏକ ଗୁମ୍ଫା ରହିଛି । କୁହାଯାଏ ଏହାର ରାସ୍ତା ପଞ୍ଚବଟି ପର୍ଯ୍ୟନ୍ତ ଯାଇଛି । ୟୁନିସ୍କୋ ମଧ୍ୟ ଏହାକୁ ମାନ୍ୟତା ଦେଇଛି । ବଳଧାନ ନଦୀ କୂଳରେ ସ୍ଥିତ ଏହି ମନ୍ଦିର ଆମ୍ବ ଓ ତେନ୍ତୁଳି ବୃକ୍ଷ ପରିବେଷ୍ଠିତ । ମନ୍ଦିର କାରୁକାର୍ଯ୍ୟ ଦେଖିବା ପାଇଁ ଦେଶ ବିଦେଶରୁ ବହୁ ଯାତ୍ରୀ ଆସିଥାନ୍ତି ।

ଏମିତି ନିର୍ମାଣ ହୋଇଥିଲା ଏହି ମନ୍ଦିର :

କୁହାଯାଏ ଅଜ୍ଞାତ ବାସ ସମୟରେ ପାଣ୍ଡବମାନେ କିଛି ବର୍ଷ ଅମ୍ବରନାଥରେ କଟାଇଥିଲେ । ସେଠାରେ ପାଣ୍ଡବମାନେ ଗୋଟିଏ ରାତିରେ ବିଶାଳ ପଥରରେ ଏହି ମନ୍ଦିର ନିର୍ମାଣ କରିଥିଲେ । ହେଲେ କୌରବଙ୍କ ଦ୍ୱାରା ପାଣ୍ଡବଙ୍କ ପିଛା କରାଯାଉଥିବାରୁ ସେମାନେ ମନ୍ଦିର ଅଧା ନିର୍ମାଣ କରି ଚାଲିଯାଇଥିଲେ । ଯାହାଫଳରେ ବର୍ଷ ବର୍ଷ ଧରି ଏହା ଖରା ବର୍ଷା ଖାଇ ଠିଆ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.