ଚକ୍ଷୁ ସମସ୍ୟାରୁ ମୁକ୍ତି ଦିଏ ପେସ୍ତା, ନିୟମିତ ୪ ରୁ ୫ଟି ଖାଆନ୍ତୁ

ନିଜକୁ ସୁସ୍ଥ ସବଳ ରଖିବା ପାଇଁ ଆମେ ପ୍ରତିଦିନ ବିଭିନ୍ନ ପ୍ରକାର ପୋଷଣ ଯୁକ୍ତ ଖାଦ୍ୟ ଖାଇଥାଉ । ଭୁରି ଭୋଜନ ବ୍ୟତୀତ ଆମେ ଏମିତି କିଛି ଖାଦ୍ୟ ବି ଖାଇଥାଉ ଯାହା ସ୍ୱାଦିଷ୍ଟ ହେବା ସହ ଶରୀରରକୁ ବିଭିନ୍ନ ଜରୁରୀ ଉପାଦାନ ଯୋଗାଇଥାଏ | ଆଜିକା ସମୟରେ ଅଧିକାଂଶ ଲୋକେ ପ୍ରତିଦିନ କିଛି କିଛି ଡ୍ରାଏ ଫ୍ରୁଟସ ଖାଇବା ଅଭ୍ୟାସ କଲେଣି । ଏହି ଡ୍ରାଏ ଫ୍ରୁଟସ ମଧ୍ୟରୁ ପେସ୍ତା ହେଉଛି ଅନ୍ୟତମ । ଆଉ ମଧ୍ୟ ଏଥିରେ ଥିବା ଭରପୁର ଆଣ୍ଟି ଅକ୍ସିଡେଣ୍ଟ ହୃଦରୋଗ, କ୍ୟାନ୍ସର ପରି ରୋଗ ସହ ଲଢ଼ିବାରେ ସାହାଯ୍ୟ କରେ । ତେବେ ଆସନ୍ତୁ ଆଜି ପେସ୍ତାର ଆଉ କିଛି କିଛି ଉପାଦେୟ ଗୁଣ ବିଷୟରେ ଜାଣିବା ।

pista

 

ଅତ୍ୟଧିକ ପ୍ରଦୂଷଣ, ଅନିୟମିତ ଦିନଚର୍ଯ୍ୟା କାରଣରୁ ଖୁବ କମ ବୟସରୁ ଅଧିକାଂଶ ଲୋକେ ଚକ୍ଷୁ ଜନିତ ସମସ୍ୟାରେ ପୀଡିତ ହେଉଛନ୍ତି । ଏଥିରେ ଥିବା ଆଣ୍ଟିଆକ୍ସିଡେଣ୍ଟ ଲ୍ୟୁଟିନ ଓ ଜ୍ୱକ୍ସାଥିନ ମୋତିୟାବିନ୍ଦୁ ଓ ବୟସ ଜନିତ ଚକ୍ଷୁ ସମସ୍ୟାରୁ ମୁକ୍ତି ଦେଇଥାଏ । ଏହା ବ୍ୟତୀତ ପିସ୍ତା କାର୍ବୋହାଇଡ୍ରେଟ, ଫାଇବର , ଫ୍ୟାଟ, ଆମିନୋ ଏସିଡ ମୁହଁ ଦୁର୍ଗନ୍ଧ, ମୁଣ୍ଡ ବିନ୍ଧା, କୋଷ୍ଠକାଠିନ୍ୟ, କୁଣ୍ଡେଇହେବା ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ ।

ଖାଲି ସେତିକି ନୁହେଁ ପାଚନ ସମସ୍ୟାକୁ ବି ଏହା ସୁଧାରି ଥାଏ । ଶରୀରରେ ଗୁଡ଼ ବ୍ୟାକ୍ଟେରିଆ ସଂଖ୍ୟାକୁ ମଧ୍ୟ ବଢ଼ାଇ ଥାଏ । ପିସ୍ତା ତେଲରେ ମୁଣ୍ଡ ମାଲିସ କଲେ ମଧ୍ୟ ଦୀର୍ଘଦିନର ମୁଣ୍ଡ ଯନ୍ତ୍ରଣା ଦୂର ହୁଏ । ନିର୍ଦ୍ଧିଷ୍ଟ ମାତ୍ରାରେ ନିୟମିତ ସେବନ କରିବା ଦ୍ୱାରା ଥକ୍କା ପଣ ମେଣ୍ଟିବା ସହ ରକ୍ତରେ ଶର୍କରା ମାତ୍ରା ସନ୍ତୁଳିତ ରହିଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.