ଜବରଦସ୍ତ ପ୍ରତିଭାର ଅଧିକାରୀ ଶ୍ରେୟା, ପ୍ଲାଟଫର୍ମ ମିଳିଲେ ରଖିବେ ଓଡିଶାର ନାମ

ବଲିଉଡର ନୋରା ଫତେହୀଙ୍କ ଡ୍ୟାନ୍ସ ତ କେମିତି ଆପଣ ଜାଣିଥିବେ। ନିଜର ଜବରଦସ୍ତ ଡ୍ୟାନ୍ସ ମୁଭସରେ ସେ ଦର୍ଶକଙ୍କୁ ମତୁଆଲା କରନ୍ତି। କିନ୍ତୁ ଆମେ ଓଡିଶାରେ ବି ପ୍ରତିଭାର ଅଭାବନାହିଁ। ରାଜ୍ୟର ସବୁ ସ୍ଥାନରେ ଅନେକ ଛୋଟ ବଡ ପ୍ରତିଭା ଦେଖିବାକୁ ମିଳେ। ସେହିଭଳି ଏକ ପ୍ରତିଭା ଅଛନ୍ତି ଝାରସୁଗୁଡାରେ। ନାଚ ତାଙ୍କର ଛୋଟ ବେଳୁ ହିଁ ନିଶା।

ସେ ହେଉଛନ୍ତି ଝାରସୁଗୁଡାର ଶ୍ରେୟା ଲେଙ୍କା। ଶ୍ରେୟା ସବୁ ପ୍ରକାର ଡ୍ୟାନ୍ସ ଯେମିତିକି ହିପହପ୍‌, ଫ୍ରି ଷ୍ଟାଇଲ, କଣ୍ଟେମ୍ପରାରୀ ଏବଂ ଓଡିଶୀ ଭଳି ଡ୍ୟାନ୍ସକୁ ମଧ୍ୟ ଅତି ସୁନ୍ଦର ଭାବେ କରିପାରନ୍ତି। ଝାରସୁଗୁଡା ଓମେନ୍ସ କଲେଜରେ ଶ୍ରେୟା +୨ ପ୍ରଥମ ବର୍ଷରେ ପାଠ ପଢ଼ୁଛନ୍ତି। ତେବେ ସବୁଠୁ ଖାସ୍‌ କଥା ହେଉଛି ୧୬ ବର୍ଷିୟା ଶ୍ରେୟାଙ୍କର ଡ୍ୟାନ୍ସ ମୁଭ୍‌ ଦେଖିଲେ ଆପଣଙ୍କର ନିହାତି ଭାବରେ ବଲିଉଡର ନୋରା ଫତେହୀଙ୍କ ଡ୍ୟାନ୍ସ ମୁଭ୍‌ ମନେପଡିବ।

sriya୨୦୧୬ରେ ସୋନି ଟିଭିରେ ପ୍ରସାରିତ ହେଉଥିବା ଡ୍ୟାନ୍ସ ରିୟାଲିଟୀ ଶୋ ସୁପର ଡ୍ୟାନ୍ସରରେ ସେ ମନୋନିତ ହୋଇଥିଲେ। କିନ୍ତୁ ବୟସ ତୁଳନାରେ ହାଇଟ୍‌ ଅଧିକ ଥିବାରୁ ସେଠାରୁ ତାଙ୍କୁ ବାହାର କରିଦିଆଯାଇଥିଲା। କେବଳ ନାଚ ନୁହେଁ ଗୀତ ଏବଂ ରାପ୍‌ ସଙ୍ଗ୍‌ ସାଙ୍ଗକୁ ଯୋଗ ମଧ୍ୟ ଜାଣିଛନ୍ତି ଶ୍ରେୟା। ଡ୍ୟାନ୍ସ ଓଡିଆ ଡ୍ୟାନ୍ସ ଭଳି ଓଡିଶାର ଅନେକ ଡ୍ୟାନ୍ସ ପ୍ଲାଟଫର୍ମରେ ନିଜୟ ପ୍ରତିଭା ଦେଖାଇ ପୁରଷ୍କୃତ ମଧ୍ୟ ହୋଇଛନ୍ତି। ଝାରସୁଗୁଡାରେ ଆୟୋଜନ ଡ୍ୟାନ୍ସ ପ୍ଲାଟଫର୍ମ ହୁନରରେ ମଧ୍ୟ ସେ ବିଜେତା ହୋଇଛନ୍ତି।

ଶ୍ରେୟାଙ୍କ ଏଭଳି ପ୍ରତିଭା ଦେଖି ତାଙ୍କ ପାଇଁ ତାଙ୍କ ମା ଓ ବାପା ମଧ୍ୟ ତାଙ୍କୁ ପୂରା ସାଥ୍‌ ଦେଉଛନ୍ତି । ତେବେ ଆମ ଓଡିଶାରେ ଜଣେ ଏତେ ବଢ଼ିଆ ପ୍ରତିଭା ଥାଇ ମଧ୍ୟ ତାଙ୍କ ଲୋକଲୋଚନକୁ ଆସିପାରୁନାହିଁ। ତେଣୁ ସେ ଏମିତି ଏକ ପ୍ଲାଟଫର୍ମ ଖୋଜୁଛନ୍ତି ଯେଉଁଠି ସେ ତାଙ୍କ କଳାର ପ୍ରଦର୍ଶନ କରି ଓଡିଶାର ନାଁ ରଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.