ବାଇକ୍-ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୨ ମୃତ
ଗେଟିପଡା ବ୍ରିଜ ନିକଟରେ ସଡକ ଦୁର୍ଘଟଣା। ପିକଅପ ଭ୍ୟାନ୍ ଏବଂ ବାଇକ ମଧ୍ୟରେ ମୁଁହାମୁହିଁ ଧକ୍କା । ୨ ମୃତ
![accident pic](https://knewsodisha.com/wp-content/uploads/2022/12/accident-pic.jpg)
ରାୟଗଡା (କେନ୍ୟୁଜ): ଜେକେପୁର ଚାନ୍ଦିଲି ଥାନା ଅନ୍ତର୍ଗତ ଗେଟିପଡା ବ୍ରିଜ ନିକଟରେ ସଡକ ଦୁର୍ଘଟଣା। ମ୍ୟାକ୍ସ ପିକଅପ ଭ୍ୟାନ୍ ଏବଂ ବାଇକ ମଧ୍ୟରେ ମୁଁହାମୁହିଁ ଧକ୍କା । ଘଟଣାସ୍ଥଳରେ ବାଇକରେ ଯାଉଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ଘର କଳାହାଣ୍ଡି ସ୍ଥିତ ଥୁଆମୂଳ ରାମପୁର ଅଞ୍ଚଳର ମନୋଜ ବେନିଆ ଓ ବୁଲୁ ବେନିଆ ବୋଲି ଜଣା ପଡ଼ିଛି। ସୂଚନା ମିଳିଛି। ଘଟଣା ଘଟିଛି ଚାନ୍ଦିଲି ଥାନା ଅନ୍ତର୍ଗତ ଗେଟିପଡା ଗ୍ରାମ ବ୍ରିଜ ନିକଟରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।