Below header

କିଟ୍‌ ଟିବିଆଇକୁ ବାୟୋସ୍ପେକ୍ଟ୍ରମ୍‌ ଏକ୍ସେଲେନ୍ସ ପୁରସ୍କାର

ଦେଶର ସମସ୍ତ ଘରୋଇ ଓ ସରକାରୀ ଇନ୍‌କ୍ୟୁବେଟର ମଧ୍ୟରେ କିଟ୍‌ ଟିବିଆଇ ପ୍ରଥମ ସ୍ଥାନରେ ରହି ଏହି ସମ୍ମାନଜନକ ପୁରସ୍କାର ଲାଭ କରିଛି। ନୂଆଦିଲ୍ଲୀଠାରେ ଶୁକ୍ରବାର କିଟ୍‌ ଟିବିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା କିଟ୍‌ ବିଶ୍ୱବିଦ୍ୟାଳୟର ଗବେଷଣା ଓ ବିକାଶ ମହାନିର୍ଦ୍ଦେଶକ ପ୍ରଫେସର ମୃତ୍ୟୁଞ୍ଜୟ ସୁଆର ଏହି ପୁରସ୍କାର ଗ୍ରହଣ କରିଥିଲେ।

ଭୁବନେଶ୍ବର(କେନ୍ୟୁଜ୍):   କିଟ୍‌ ଟିବିଆଇକୁ ବାୟୋସ୍ପେକ୍ଟ୍ରମ୍‌ ଏକ୍ସେଲେନ୍ସ ପୁରସ୍କାର। କିଟ୍‌ ଟେକ୍ନୋଲୋଜି ବିଜିନେସ୍‌ ଇନ୍‌କ୍ୟୁବେଟର୍‌ (କିଟ୍‌-ଟିବିଆଇ)କୁ ସମ୍ମାନଜନକ ବାୟୋସ୍ପେକ୍ଟ୍ରମ୍‌ ଏକ୍ସେଲେନ୍ସ ପୁରସ୍କାର ୨୦୨୧-୨୨ ପ୍ରଦାନ କରାଯାଇଛି। ଦେଶର ସମସ୍ତ ଘରୋଇ ଓ ସରକାରୀ ଇନ୍‌କ୍ୟୁବେଟର ମଧ୍ୟରେ କିଟ୍‌ ଟିବିଆଇ ପ୍ରଥମ ସ୍ଥାନରେ ରହି ଏହି ସମ୍ମାନଜନକ ପୁରସ୍କାର ଲାଭ କରିଛି। ନୂଆଦିଲ୍ଲୀଠାରେ ଶୁକ୍ରବାର କିଟ୍‌ ଟିବିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା କିଟ୍‌ ବିଶ୍ୱବିଦ୍ୟାଳୟର ଗବେଷଣା ଓ ବିକାଶ ମହାନିର୍ଦ୍ଦେଶକ ପ୍ରଫେସର ମୃତ୍ୟୁଞ୍ଜୟ ସୁଆର ଏହି ପୁରସ୍କାର ଗ୍ରହଣ କରିଥିଲେ। କିଟ୍‌ ଟିବିଆଇ ସର୍ବାଧିକ ୨୩.୦୧ ନମ୍ବର ପାଇ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବେଙ୍ଗାଲୁରୁସ୍ଥିତ ସରକାରୀ ଇନକ୍ୟୁବେଟର ସି-କ୍ୟାମ୍ପ ୧୩.୮୪ ନମ୍ବର ପାଇ ଦ୍ୱିତୀୟ ଏବଂ ସିଏସ୍‌ଆଇଆର-ଏନ୍ସିଏଲ୍‌ର ଭେଞ୍ଚର ସେଣ୍ଟର ୧୩.୨ ନମ୍ବର ପାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବାୟୋଟେକ୍ନୋଲୋଜି ଓ ଜୀବ ବିଜ୍ଞାନ ଶିଳ୍ପ ଏବଂ ବାୟୋ-ଇନ୍‌କ୍ୟୁବେଟରକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରତିବର୍ଷ ବାୟୋସ୍ପେକ୍ଟ୍ରମ୍‌ ରାଙ୍କିଙ୍ଗ୍‌ କରାଯାଇଥାଏ ।

କିଟ୍‌ ଟିବିଆଇର ଏହି ସଫଳତାରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ପ୍ରଫେସର ସୁଆର ଏବଂ କିଟ୍‌ ଟିବିଆଇ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ୨୦୧୨ ମସିହାରେ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାଣ୍ଟସ୍‌ କାଉନ୍‌ସିଲ (ବିଆଇଆରଏସି) ସହଯୋଗରେ ପ୍ରତିଷ୍ଠିତ କିଟ୍‌ ଟିବିଆଇ ଓଡ଼ିଶା ସମେତ ଦେଶର ପୂର୍ବାଞ୍ଚଳ ଏବଂ ଉତ୍ତର ପୂର୍ବାଞ୍ଚଳରେ ବାୟୋ-ଏଣ୍ଟରପ୍ରେନିୟରସିପ୍‌ ପ୍ରୋତ୍ସାହନ ଓ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। କିଟ୍‌ ଟିବିଆଇ ସମଗ୍ର ଦେଶରେ ୨୦୦ରୁ ଊର୍ଦ୍ଧ୍ୱ ବାୟୋଟେକ୍‌ ଓ ଲାଇଫ୍‌ସାଇନ୍‌ସ ଆଧାରିତ ଷ୍ଟାର୍ଟଅପ୍‌କୁ ସଫଳତାର ସହ ସହଯୋଗ କରିଛି । ଏହାଛଡ଼ା ଏକ ସଶକ୍ତ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ବିକଶିତ କରିବାରେ କିଟ୍‌ ଟିବିଆଇର ମଧ୍ୟ ଉଲ୍ଲେଖନୀୟ ଯୋଗଦାନ ରହିଆସିଛି।…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.