ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ିଗଲେ ୨ଭାଇ, ଚାଲିଗଲା ଜୀବନ

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଖଡାପୁଟ ଗାଁରେ ଅଭାବନୀୟ ଘଟଣା। ପୋଖରୀରେ ବୁଡ଼ି ଲବ କିର୍ସାନୀଙ୍କ ୨ପୁଅ ପ୍ରାଣ ହରାଇଛନ୍ତି। ମୃତ ୨ଭାଇ ହେଲେ ୮ ବର୍ଷ ବୟସ୍କ ପତିନ୍ଦ୍ର କିର୍ସାନୀ ଓ ୭ବର୍ଷ ର ଅମିର କିର୍ସାନୀ।

କୋରାପୁଟ(କେନ୍ୟୁଜ୍): ପୋଖରୀରେ ବୁଡ଼ି ୨ଭାଇଙ୍କ ସଲିଳ ସମାଧି। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଖଡାପୁଟ ଗାଁରେ ଅଭାବନୀୟ ଘଟଣା। ପୋଖରୀରେ ବୁଡ଼ି ଲବ କିର୍ସାନୀଙ୍କ ୨ପୁଅ ପ୍ରାଣ ହରାଇଛନ୍ତି। ମୃତ ୨ଭାଇ ହେଲେ ୮ ବର୍ଷ ବୟସ୍କ ପତିନ୍ଦ୍ର କିର୍ସାନୀ ଓ ୭ବର୍ଷ ର ଅମିର କିର୍ସାନୀ।

ଦିନ ପ୍ରାୟ ୨ଟା ବେଳେ ୨ଭାଇ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ି ଯାଇଥିଲେ। ଦୁଇ ନାବାଳକ ଭାଇଙ୍କ ଦୁଃଖଦ ମୃତ୍ୟୁ ପରେ ପରିବାର କାନ୍ଦବୋବାଳିରେ ଫାଟି ପଟିଛି। ସେପଟେ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି ନନ୍ଦପୁର ଥାନା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.