Below header

ବଡ଼ ଦାଣ୍ଡରେ ୧୨ ଦିନର ଲୀଳାଖେଳ ପରେ ଆଜି ରତ୍ନବେଦୀକୁ ଫେରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିଛନ୍ତି । ସନ୍ଧ୍ୟାରେ ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ରାମ-କୃଷ୍ଣ, ମଦନମୋହନ ଶ୍ରୀମନ୍ଦିରକୁ ବିଜେ କଲା ପରେ ଶ୍ରୀବିଗ୍ରହମାନଙ୍କର ପହଣ୍ଡି ଆରମ୍ଭ ହୋଇଥିଲା।

ପୁରୀ(କେନ୍ୟୁଜ୍): ନିଳକନ୍ଦରକୁ ଫେରିଲେ ନିଳାଦ୍ରୀ ମଣିମା। ବଡ଼ ଦାଣ୍ଡରେ ୧୨ ଦିନର ଲୀଳାଖେଳ ପରେ ଆଜି ରତ୍ନବେଦୀକୁ ଫେରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିଛନ୍ତି । ସନ୍ଧ୍ୟାରେ ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ରାମ-କୃଷ୍ଣ, ମଦନମୋହନ ଶ୍ରୀମନ୍ଦିରକୁ ବିଜେ କଲା ପରେ ଶ୍ରୀବିଗ୍ରହମାନଙ୍କର ପହଣ୍ଡି ଆରମ୍ଭ ହୋଇଥିଲା।

ପ୍ରଥମେ ପ୍ରଭୁ ଶ୍ରୀବଳଭଦ୍ର ପରେ ଦେବୀ ସୁଭଦ୍ରା ରଥରୁ ଓହ୍ଲାଇ ରତ୍ନମଣ୍ଡପକୁ ବିଜେ କରିବେ। ଶେଷର କାଳିଆ ଠାକୁର ନନ୍ଦିଘୋଷରୁ ଓହ୍ଲାଇ ପହଣ୍ଡିରେ ରତ୍ନବେଦିକୁ ଯାଉଛନ୍ତି। ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ସ୍ବୟଂ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

 

ନୀଳାଦ୍ରି ବିଜେରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅଭିମାନୀ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଥାନ୍ତି। ଏହି ଦୃଷ୍ଟିରୁ ଆଜି ସେବାୟତ, ଭକ୍ତମାନେ ମାଟି ହାଣ୍ଡିରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରସଗୋଲା ସମର୍ପଣ କରିଛନ୍ତି। ରଥ ଆଗରେ ରଥାରୁଢ଼ ଶ୍ରୀବିଗ୍ରହଙ୍କୁ ରସଗୋଲା ଭୋଗ କରିବା ସହ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କୁ ବାଣ୍ଟିଛନ୍ତି। ଉଭୟ ଭକ୍ତ, ସେବାୟତ ଗହଳି ଭିତରେ ରସଗୋଲା ବାଣ୍ଟୁଥିବା ଦେଖିବାକୁ ମିଳିଛି। ମାନସିକଧାରୀମାନେ ବି ମାଟି ହାଣ୍ଡିରେ ମହାପ୍ରଭୁଙ୍କୁ ରସଗୋଲା ଭୋଗ କରି ଶ୍ରଦ୍ଧାଳୁଙ୍କୁ ବାଣ୍ଟିଛନ୍ତି।

 

ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।ସିଂହଦ୍ୱାରରେ ରଥାରୁ ମହାପ୍ରଭୁଙ୍କୁ ଭକ୍ତମାନେ ହର୍ଷୋଲ୍ଲାସ ସହିତ ‘ରସଗୋଲା’ ଭୋଗ ଅର୍ପଣ କରୁଛନ୍ତି। କେହି କେହି ଏହି ପ୍ରସାଦକୁ ଖୁସିରେ ବାଣ୍ଟୁଛନ୍ତି। ଶ୍ରୀମନ୍ଦିର ପରଂପରା ଅନୁସାରେ ଶ୍ରୀଜିଉମାନଙ୍କୁ ବର୍ଷର କେବଳ ଗୋଟିଏ ଦିନ (ନିଳାଦ୍ରୀ ବିଜେ) ଅବସରରେ ବାହାରୁ ପ୍ରସ୍ତୁତ ରସଗୋଲା ଭୋଗ ଅର୍ପଣ କରାଯାଇ ଥାଏ।ରସଗୋଲା ଭୋଗ ପାଇ ଶ୍ରୀମନ୍ଦିର ପ୍ରଶାସନ ସ୍‌ୱତନ୍ତ୍ର ନୀତି ର୍ନିଘଣ୍ଟ  ହୋଇଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.