ରେଭେନ୍ୟୁ ଆସିଷ୍ଟାଣ୍ଟଙ୍କୁ ଧକ୍କାମାରି ତଳେ ଗଡାଇଦେଲେ ସିଡିପିଓ, କାରଣ ଶୁଣି ଆପଣ ବି ହୋଇଯିବେ ତାଜୁବ

ନିଜ ଅଧୀନରେ କାମ କରୁଥିବା ଜଣେ ବରିଷ୍ଠ ମହିଳା କିରାଣୀଙ୍କୁ ମାଡ଼ ମାରିବା ସହ ସେ ବସିଥିବା ଚୌକି ରୁ ଠେଲି ଦେଲେ ସିଡିପିଓ । ଫଳରେ ମହିଳା କିରାଣୀଙ୍କ ମୁଣ୍ଡ କାନ୍ଥରେ ପିଟି ହୋଇ ଆଘାତ ଲାଗିଛି ।

ନବରଙ୍ଗପୁର(କେନ୍ୟୁଜ୍): ଜୁନ ମାସର ଦରମାକୁ ନେଇ ବରିଷ୍ଠ କିରାଣୀ ତଥା ସିନିଅର ରେଭେନ୍ୟୁ ଆସିଷ୍ଟାଣ୍ଟଙ୍କୁ ଧକ୍କାମାରି ତଳେ ଗଡାଇଦେଲେ ,ବେକକୁ ଧରି ଟାଣିଲେ ଡାବୁଗାଁ ସିଡିପିଓ । ନିଜ ଅଧୀନରେ କାମ କରୁଥିବା ଜଣେ ବରିଷ୍ଠ ମହିଳା କିରାଣୀଙ୍କୁ ମାଡ଼ ମାରିବା ସହ ସେ ବସିଥିବା ଚୌକି ରୁ ଠେଲି ଦେଲେ ସିଡିପିଓ । ଫଳରେ ମହିଳା କିରାଣୀଙ୍କ ମୁଣ୍ଡ କାନ୍ଥରେ ପିଟି ହୋଇ ଆଘାତ ଲାଗିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ଯାଳୟରେ । ଏହି କାର୍ଯ୍ଯାଳୟର ବରିଷ୍ଠ ମହିଳା କିରାଣୀ ସନ୍ତୋଷ କୁମାରୀ ମିଶ୍ର ତାଙ୍କ ଗତ ଜୁନ ମାସର ଦରମା କାହିଁକି ମିଳିନାହିଁ ବୋଲି ଅଫିସରେ ପାଟିତୁଣ୍ଡ କରିଥିଲେ।

ସେ ସମୟରେ କାର୍ଯ୍ଯାଳୟରେ ଉପସ୍ଥିତ ଥିବା ସିଡିପିଓ ଗୀତାଞ୍ଜଳି ମହାରଣା କିରାଣୀଙ୍କୁ ପାଟି ବନ୍ଦକରି ବସି ରହିବାକୁ କହିଥିଲେ। ତଥାପି ବରିଷ୍ଠ କିରାଣୀ ପାଟିତୁଣ୍ଡ କରିବା ବନ୍ଦ କରିନଥିଲେ ଏବଂ ସିଡିପିଓଙ୍କ ସହ ଯୁକ୍ତିତର୍କ କରିବା ଆରମ୍ଭ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସିଡିପିଓ ବରିଷ୍ଠ କିରାଣୀ ବସିଥିବା ସ୍ଥାନକୁ ଯାଇ ତାଙ୍କୁ ଧକ୍କା ମାରିଥିଲେ।  ଯାହା ଫଳରେ ବରିଷ୍ଠ କିରାଣୀ ସନ୍ତୋଷ କୁମାରୀ ମିଶ୍ର ଚୌକିରୁ ତଳେ ଓଲଟି ପଡ଼ିଥିଲେ।

ତଳୁ ବହୁ କଷ୍ଟରେ ଉଠିଥିଲେ କିରାଣୀ,ଏହାପରେ ବି ସିଡିପିଓଙ୍କ ରାଗ କମିନଥିଲା, ଏହାପରେ ବି ସିଡିପିଓ କିରାଣୀଙ୍କ ପାଖକୁ ଯାଇ ତାଙ୍କ ବେକ ଧରି ଟାଣିଥିଲେ ଏବଂ ମୁଥ ମାରିବା ପାଇଁ ହାତ ଟେକିଥିଲେ। ମେ ମାସ ର ଦରମା ଓ ଅନଶନ ସମୟର ବିଲ କରିବାକୁ କହିବାରୁ CDPO ଖରାପ ବ୍ଯବହାର କରିବା ସହ ଚୌକିରୁ ଠେଲିଦେଲେ ଓ ମାଡ଼ ମାରିବା ସହ ମୋ ବ୍ଯଗ ଫୋପାଡି ଦେଲେ ବୋଲି କହିଛନ୍ତି ବରିଷ୍ଠ ମହିଳା କିରାଣୀ । CDPOଙ୍କୁ ବଦଳି କରାଯାଇ ନୂଆ CDPO  ଆସନ୍ତୁ ବୋଲି କହିଛନ୍ତି ବରିଷ୍ଠ କିରାଣୀ । ଏ ସମ୍ପର୍କରେ ସିଡିପିଓଙ୍କୁ ପଚାରିବାରୁ ସେ ବରିଷ୍ଠ କିରାଣୀ ଜଣକ ନିଜ କାମ କରିବା ବଦଳରେ ଅଯଥା ଯୁକ୍ତି ତର୍କ କରନ୍ତି । ଅଯଥା କଥା କୁହନ୍ତି । ବରିଷ୍ଠ କିରାଣୀଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ଜିଲ୍ଲାପାଳଙ୍କୁ ପୂର୍ବରୁ ଅନେକଥର ସୂଚନା ଦିଆଯାଇଛି।   ଏହି ଘଟଣା ପରେ ବି ଜିଲ୍ଲାପାଳଙ୍କୁ ଏହି ଘଟଣା ବିଷୟରେ ଅବଗତ କରାଇଥିବା ନେଇ କହିଛନ୍ତି ଡାବୁଗାଁ ସିଡିପିଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.