Below header

ବଢିଲା ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କ ଅଡୁଆ, ଆନନ୍ଦ ଟପୋ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ

ବଢିଲା ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କ ଅଡୁଆ। ଆନନ୍ଦ ଟପୋ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଡିଆଇଜି ସ୍ତରର ଜଣେ ଅଧିକାରୀ ମୃତ୍ୟୁ ଘଟଣାର ପୁନଃତଦନ୍ତ କରି ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୨୦୨୨ ଫେବୃଆରୀ ୨୮ତାରିଖରେ ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳର ଏକ ଫ୍ଲାଟ୍‌ରେ ଆନନ୍ଦ ଟପୋ ଆତ୍ମହତ୍ୟା କରିଥିବା ନେଇ ବୀରେନ୍ଦ୍ର ଲାକ୍ରା ରାଉରକେଲାରେ ରହୁଥିବା ଆନନ୍ଦଙ୍କ ବାପା ବନ୍ଧନ ଟପୋଙ୍କୁ ଜଣାଇଥିଲେ। ମୃତ୍ୟୁର ମାତ୍ର ଦଶଦିନ ପୂର୍ବରୁ ଆନନ୍ଦ ବିବାହ କରିଥିଲେ।

ବୀରେନ୍ଦ୍ର ଲାକ୍ରା ଓ ଆନନ୍ଦଙ୍କ ପୂର୍ବ ପ୍ରେମିକା ସୁଚିନ୍ତିତ ଭାବେ ଆନନ୍ଦଙ୍କୁ ଡକାଇ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ଅଭିଯୋଗ କରିଥିଲେ ବନ୍ଧନ ଟପୋ। ଇନଫୋସିଟି ଥାନା ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ତଦନ୍ତ ପରେ ଆତ୍ମହତ୍ୟା କରିଥିବା ନେଇ ଏକ ଚୂଡାନ୍ତ ରିପୋର୍ଟ ଦେଇଥିଲା।

ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୃତ ଆନନ୍ଦଙ୍କ ବାପା। ବନ୍ଧନ ଟପୋଙ୍କ ଅଭିଯୋଗକୁ ଭିତ୍ତି କରି ଘଟଣାର ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ଆନନ୍ଦଙ୍କ ପରିବାର ନ୍ୟାୟ ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.