Below header

ଡ. ଅଚ୍ୟୁତ ସାମନ୍ତଙ୍କୁ ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍‌ ପ୍ରଦାନ

ଶିକ୍ଷାବିତ୍‌ ଓ ସମାଜସେବୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍‌ ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟର ୯ମ ସମାବର୍ତ୍ତନ ଉତ୍ସବ ଅବସରରେ ଡ. ସାମନ୍ତଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡିଲିଟ୍‌ ‘ପ୍ରଜ୍ଞା ବାଚସ୍ପତି’ ପ୍ରଦାନ କରାଯାଇଛି।

ଶିକ୍ଷାବିତ୍‌ ଓ ସମାଜସେବୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍‌ ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟର ୯ମ ସମାବର୍ତ୍ତନ ଉତ୍ସବ ଅବସରରେ ଡ. ସାମନ୍ତଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡିଲିଟ୍‌ ‘ପ୍ରଜ୍ଞା ବାଚସ୍ପତି’ ପ୍ରଦାନ କରାଯାଇଛି। ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଡ. ସାମନ୍ତଙ୍କୁ ଏହି ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯାଇଛି।

ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଇତିହାସରେ ଏହା ପ୍ରଥମ ସମ୍ମାନସୂଚକ ଡକ୍ଟରେଟ୍‌। ଓଡ଼ିଶାର ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ଡ. ସାମନ୍ତଙ୍କୁ ଡକ୍ଟରେଟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକା ତଥା ଶିକ୍ଷାବିତ ଡ. ପ୍ରତିଭା ରାୟ ନିଜ ବକ୍ତବ୍ୟରେ ଡ. ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ ଦିଆଯାଇଥିବାରୁ ଖୁସି ବ୍ୟକ୍ତ କରି ଡ. ସାମନ୍ତ ଶିକ୍ଷା ଓ ସମାଜସେବା ପାଇଁ ଯେଉଁ କାମ କରୁଛନ୍ତି ସେଥି ପାଇଁ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ ପ୍ରଦାନ କରିବା ଉଚିତ ବୋଲି କହିଥିଲେ।

ଏହା ହେଉଛି ଡ. ସାମନ୍ତଙ୍କ ୫୩ତମ ଡକ୍ଟରେଟ। ଏହି ସମ୍ମାନ ପାଇଁ ଡ. ସାମନ୍ତଙ୍କୁ ମନୋନୀତ କରିଥିବାରୁ ଡ. ସାମନ୍ତ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟ ଓ ଶିକ୍ଷା ପରିଷଦକୁ ନିଜର କୃତଜ୍ଞତା ଜଣାଇଛନ୍ତି। ପୁରୀ ମାଟିରେ ନିଜର ଶିକ୍ଷା ଯାତ୍ରା ଆରମ୍ଭ କରି ଏଠାରୁ ସମ୍ମାନସୂଚକ ଡକ୍ଟରେଟ ପାଇବା ସୌଭାଗ୍ୟର ବିଷୟ ବୋଲି ଡ. ସାମନ୍ତ କହିଛନ୍ତି। ଏହା ତାଙ୍କୁ ସମାଜ ପାଇଁ ଆହୁରି ଅଧିକ କାର୍ଯ୍ୟ କରିବା ନିମନ୍ତେ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି । ଏହି ଦୀକ୍ଷାନ୍ତ ସମାରୋହରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ରବୀନ୍ଦ୍ର ପଣ୍ଡା, କୁଳସଚିବ ସୁମିତ୍ରା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.