ଭାରତ ମହାସାଗରରେ ମିଳିଲା ରହସ୍ୟମୟ ‘ମାଧ୍ୟାକର୍ଷଣ ଛିଦ୍ର’, ଗବେଷକ ଖୁଲାସା କଲେ କିପରି ହୋଇଥିଲା ଉତ୍ପତ୍ତି

ବ୍ରହ୍ମାଣ୍ଡର ଅନେକ ରହସ୍ୟ ରହିଛି। ଏହାକୁ ଧୀରେ ଧୀରେ ଅନୁସନ୍ଧାନ କରୁଛି ବିଜ୍ଞାନ। ଆମ ପୃଥିବୀରେ ଏବେ ବି କିଛି ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ।

ବ୍ରହ୍ମାଣ୍ଡର ଅନେକ ରହସ୍ୟ ରହିଛି। ଏହାକୁ ଧୀରେ ଧୀରେ ଅନୁସନ୍ଧାନ କରୁଛି ବିଜ୍ଞାନ। ଆମ ପୃଥିବୀରେ ଏବେ ବି କିଛି ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ। ଭାରତୀୟ ବୈଜ୍ଞାନିକମାନଙ୍କର ଏକ ଟିମ୍ ଭାରତ ମହାସାଗରରେ ୩୦ ଲକ୍ଷ ବର୍ଗ କିଲୋମିଟର ବ୍ୟାପିଥିବା ବିଶାଳକାୟ ‘ମାଧ୍ୟାକର୍ଷଣ ଛିଦ୍ର (Gravity Hole) ବିଷୟରେ ସୂଚନା ସଂଗ୍ରହ କରିଛନ୍ତି। ଏହାର ଅସ୍ତିତ୍ୱର କାରଣ କ’ଣ, ‘ମାଧ୍ୟାକର୍ଷଣ ଛିଦ୍ର’ କ’ଣ ଏବଂ ଭାରତ ମହାସାଗରରେ ଏହାର ଉପସ୍ଥିତି କାହିଁକି ରହିଛି, ତାହା ବିଷୟରେ ବୈଜ୍ଞାନିକମାନେ ଅନୁସନ୍ଧାନ କରିଛନ୍ତି।

‘ଜିଓଫିଜିକାଲ୍ ରିସର୍ଚ୍ଚ ଲେଟର୍ସ’ରେ ଏହି ଅଧ୍ୟୟନ ପ୍ରକାଶିତ ହୋଇଛି। ‘ମାଧ୍ୟାକର୍ଷଣ ଛିଦ୍ର’ Indian Ocean Geoid Low (IOGL) ନାମରେ ଜଣାଯାଇଥାଏ। ଏହା ଆମ ପୃଥିବୀର ଏକ ମାଧ୍ୟାକର୍ଷଣ ବିସଙ୍ଗତି (anomaly), ଯାହାର ଅର୍ଥ ହେଲା, ପୃଥିବୀ ଉପରେ ଯେଉଁ ମାଧ୍ୟାକର୍ଷଣ ରହିଛି, ତାହା IOGLରେ କମିଯାଏ। ଏହି କାରଣରୁ ଏଠାରେ ସମୁଦ୍ର ପତ୍ତନ ବି ଗ୍ଲୋବାଲ୍‌ ହାରାହାରିଠାରୁ ୧୦୬ ମିଟର କମ୍।

ଅଧ୍ୟୟନରେ କୁହାଯାଇଛି, ଭାରତ ମହାସାଗର ତଳେ ପୃଥିବୀର ମେଣ୍ଟଲ୍‌ରେ ଦ୍ରବ୍ୟମାନ ହ୍ରାସ ହେତୁ ଏକ ‘ମାଧ୍ୟାକର୍ଷଣ ଛିଦ୍ର’ ସୃଷ୍ଟି ହୋଇଛି। ଏହା କିପରି ଉତ୍ପନ୍ନ ହେଲା, ଏହା ଜାଣିବା ପାଇଁ ଗବେଷକମାନେ ଏକ କମ୍ପ୍ୟୁଟର ଅନୁକରଣ କରିଥିଲେ। ସେମାନେ ଜାଣିବାକୁ ପାଇଲେ ଯେ ଟେକ୍ଟୋନିକ୍ ପ୍ଲେଟଗୁଡିକର କିଛି ଅଂଶ ଆଫ୍ରିକା ତଳେ ଥିବା ମେଣ୍ଟଲ୍‌ ଜରିଆରେ ଫସି ରହିଛି। ଏହି କାରଣରୁ ଭାରତ ମହାସାଗର ତଳେ ଏହି ସ୍ଥିତି ଉତ୍ପନ୍ନ ହୋଇଛି।

hole
photo: thetatvaindia

ଗବେଷକମାନେ ଆକଳନ କରିଛନ୍ତି ଯେ ପ୍ରାୟ ୨ କୋଟି ବର୍ଷ ପୂର୍ବେ IOGL ଏହାର ବର୍ତ୍ତମାନ ରୂପ ନେଇଥାଇପାରେ। ଭାରତ ମହାସାଗରର ଏକ ବୃହତ ଅଞ୍ଚଳ ଏହାର ପ୍ରଭାବରେ ଆସିଛି। ଏହା ଲକ୍ଷ ଲକ୍ଷ ବର୍ଷ ପର୍ଯ୍ୟନ୍ତ ରହିବ। ଭବିଷ୍ୟତରେ ଏହା ଉପରେ ହେବାକୁ ଥିବା ଗବେଷଣା ପୃଥିବୀ ସହ ଜଡିତ ଆହୁରି ଅନେକ ରହସ୍ୟ ଆଣିପାରେ। ବାଙ୍ଗାଲୋରସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାନ (IISc)ର ବୈଜ୍ଞାନିକମାନେ ଏହି ଅନୁସନ୍ଧାନ କରିଛନ୍ତି।

ଅଧ୍ୟୟନରେ ଆହୁରି କୁହାଯାଇଛି ଯେ IOGLରେ ଟେଥିସ୍‌ ମହାସାଗରର ଏକ ଅଂଶ ମଧ୍ୟ ସାମିଲ ଅଛି। କହି ରଖୁଛୁ, ଟେଥିସ୍‌ ମହାସାଗର ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଥିଲା, ଯାହା ଆମ ଗ୍ରହର ଗଭୀରତାରେ ମିଶି ଯାଇଥିଲା। ବିଶ୍ୱାସ କରାଯାଉଛି, ଏହି ମହାସାଗର ଗୋଣ୍ଡୱାନା ଏବଂ ଲରେସିଆ ମହାଦ୍ୱୀପକୁ ପୃଥକ୍‌ କରିଥିଲା।

 

View this post on Instagram

 

A post shared by The Tatva (@thetatvaindia)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.