Below header

ବାହାନଗା ଟ୍ରେନ ଟ୍ରାଜେଡିରେ ୩ ଗିରଫ

ବାହାନଗା ଟ୍ରେନ ଟ୍ରାଜେଡିରେ ୩ ଗିରଫ । ୩ ଜଣଙ୍କୁ ଗିରଫ କରିଛି CBI । ସେମାନେ ହେଲେ ସିନିଅର ସେକସନ୍‌ ଇଞ୍ଜିନିୟର ଅରୁଣ କୁମାର ମହାପାତ୍ର, ସେକସନ୍‌ ଇଞ୍ଜିନିୟର ମହମ୍ମଦ ଅମୀର ଖାନ ଓ ଟେକନିସିଆଲ୍‌ ପପୁ କୁମାରଙ୍କୁ ଗିରଫ କରିଛି ସିବିଆଇ ।

ବାହାନଗା ରେଳ ଦୁର୍ଘଟଣାରେ ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ । ରେଳବାଇର ୩ ଜଣଙ୍କୁ ଗିରଫ କରିଛି CBI । ସେମାନେ ହେଲେ ସିନିଅର ସେକସନ୍‌ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକସନ୍‌ ଇଞ୍ଜିନିୟର ମହମ୍ମଦ ଅମୀର ଖାନ ଓ ଟେକନିସିଆନ୍‌ ପପୁ କୁମାର । ଏମାନଙ୍କ ବିରୋଧରେ ଲାଗିଛି ଆଇପିସିର ଦଫା ୩୦୪ ଓ ୨୦୧ ।

ଉଦ୍ଦେଶ୍ୟ ନଥାଇ ହତ୍ୟା ଅଭିଯୋଗରେ ଆଇପିସିର ଦଫା ୩୦୪ ଓ ମିଥ୍ୟା ତଥ୍ୟ ଦେବା ଓ ପ୍ରମାଣ ଲୁଚାଇବା ଅଭିଯୋଗରେ ଲାଗିଛି ଦଫା ୨୦୧ । ପୂର୍ବରୁ ରେଳବାଇର ୭ ଜଣଙ୍କୁ ଉଠାଇ ନେଇ ଖଡ଼ଗପୁରରେ ଜେରା କରିଥିଲା ସିବିଆଇ । ଏଥିସହ ରେଲେଓ୍ଵ ସେଫଟି କମିଶନର ବି ତଦନ୍ତ କରି ରିପୋର୍ଟ ଦେଇଥିଲେ ।

ଜୁନ ୨ ତାରିଖରେ ବାହାନଗା ବଜାର ଷ୍ଟେସନ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ । ଏଥିରେ ଯଶବନ୍ତପୁର ଏକ୍ସପ୍ରେସର ୨ଟି ବଗି ଓ ମାଲବାହୀ ଟ୍ରେନ୍‌ କ୍ଷତିଗ୍ରସ୍ତ ହୋଇଥିଲା । ଟ୍ରିପଲ୍‌ ଟ୍ରେନ୍‌ ଟ୍ରାଜେଡି ନେଇଥିଲା ୨୯୩ ଜୀବନ । ହଜାରେରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

୫ ତାରିଖରେ ସିବିଆଇକୁ ଦିଆଯାଇଥିଲା ଦୁର୍ଘଟଣାର ତଦନ୍ତ ଭାର । ମାନବୀୟ ତ୍ରୁଟିରୁ ବାହାନଗା ଟ୍ରେନ୍‌ ଦୁର୍ଘଟଣା ହୋଇଥିବା ରେଲେଓ୍ଵ ସେଫଟି କମିଶନର ରିପୋର୍ଟରେ ଉଲ୍ଲେଖ କରିଥିଲେ । ସିଗନାଲ ଓ ଟେଲିକମ୍‌ ବିଭାଗର ତ୍ରୁଟିକୁ ତଦନ୍ତ ରିପୋର୍ଟରେ ଦର୍ଶାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.