Below header

ରାଜସ୍ଥାନ, ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ତେଲେଙ୍ଗାନାରେ ବିଜେପି ନିଯୁକ୍ତ କଲା ନିର୍ବାଚନ ପ୍ରଭାରୀ, ସହପ୍ରଭାରୀ

ଦେଶର ୫ ରାଜ୍ୟରେ ଚଳିତ ବର୍ଷ ଶେଷ ସୁଦ୍ଧା ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ପ୍ରସ୍ତୁତିରେ ଜୁଟିଥିବା ବିଜେପି ଶୁକ୍ରବାର ୪ଟି ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରିଛି।

ଦେଶର ୫ ରାଜ୍ୟରେ ଚଳିତ ବର୍ଷ ଶେଷ ସୁଦ୍ଧା ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ପ୍ରସ୍ତୁତିରେ ଜୁଟିଥିବା ବିଜେପି ଶୁକ୍ରବାର ୪ଟି ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରିଛି। ବିଜେପି ପ୍ରହ୍ଲାଦ ଯୋଶୀଙ୍କୁ ରାଜସ୍ଥାନ, ଓମ୍‌ ମାଥୁର୍‌ଙ୍କୁ ଛତିଶଗଡ, ଭୂପେନ୍ଦ୍ର ଯାଦବଙ୍କୁ ମଧ୍ୟ ପ୍ରଦେଶ ଏବଂ ପ୍ରକାଶ ଜାଭଡେକରଙ୍କୁ ତେଲେଙ୍ଗାନାର ଦାୟିତ୍ୱ ଦେଇଛି।

ଏଥିସହ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ପ୍ରଦେଶ, ସୁନୀଲ ବଂସଲଙ୍କୁ ତେଲେଙ୍ଗାନା, ମନସୁଖ ମାଣ୍ଡଭୀୟଙ୍କୁ ଛତିଶଗଡ଼ ଏବଂ ରାଜସ୍ଥାନରେ ନୀତିନ୍‌ ପଟେଲ ଓ କୁଲଦୀପ ବିଷ୍ଣୋଇଙ୍କୁ ସହପ୍ରଭାରୀ ରୂପେ ନିଯୁକ୍ତ କରିଛି।

ଏହା ପୂର୍ବରୁ ବିଜେପି ଜୁଲାଇ ୪ରେ ଚାରି ରାଜ୍ୟରେ ନିଜର ଅଧ୍ୟକ୍ଷ ବଦଳାଇଥିଲା। କହି ରଖୁଛୁ, ପ୍ରତ୍ୟେକ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି କେନ୍ଦ୍ରୀୟ ପ୍ରଭାରୀ ଏବଂ ସହପ୍ରଭାରୀଙ୍କୁ ନିଯୁକ୍ତ କରିଥାଏ।

ପ୍ରଭାରୀ ଏବଂ ସହପ୍ରଭାରୀ ରାଜ୍ୟର ଦଳୀୟ ପଦାଧିକାରୀମାନଙ୍କ ସହିତ ବୈଠକ କରନ୍ତି ଏବଂ ନିର୍ବାଚନ ରଣନୀତିକୁ ଜୋର୍‌ଦାର କରିବାରେ ଭୂମିକା ଗ୍ରହଣ କରନ୍ତି। ନିର୍ବାଚନ ସମୟରେ ପ୍ରାର୍ଥୀ ଚୟନରେ ମଧ୍ୟ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.