କ୍ଲାସରୁମ୍‌ ଭିତରେ ପଶି ଛାତ୍ରଙ୍କୁ ମାଡ଼ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ

କ୍ଲାସରୁମ୍‌ ଭିତରେ ପଶି ଛାତ୍ରଙ୍କୁ ମାଡ଼ ଅଭିଯୋଗ । ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ପିଟିଲେ ଜଣେ ବ୍ୟକ୍ତି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ବଡ଼ବାହାଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି । ଯୁବକଙ୍କ ମାଡ଼ରେ ଛାତ୍ର ଆହତ ହୋଇଛନ୍ତି ।

ଏନେଇ ରେଢାଖୋଲ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତାଙ୍କ ନାଁ ସୁମନ୍ତ ମୁଣ୍ଡା l ଅଭିଯୋଗ ହୋଇଛି, ଛାତ୍ର ଜଣକ ଖାଇବା ଛୁଟି ସମୟରେ ଖେଳିବା ବେଳେ ସୁମନ୍ତ ମୁଣ୍ଡାଙ୍କ ଝିଅର ଗୋଡ଼ ଛାତ୍ର ଜଣକ ମାଡି ଦେଇଥିଲେ l ସେହି ସମୟରେ କୌଣସି କାରଣ ପାଇଁ ସ୍କୁଲକୁ ଯାଇଥିଲେ ସୁମନ୍ତ । ଝିଅ ତାଙ୍କୁ ଏସମ୍ପର୍କରେ ଜଣାଇଥିଲେ । ଏଥିରେ ଉତ୍ୟକ୍ତ ହୋଇ କ୍ଲାସ ରୁମ୍‌ ଭିତରେ ପଶି ଛାତ୍ରଙ୍କୁ ପିଟିଥିଲେ ସୁମନ୍ତ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.