ହାଇଦ୍ରାବାଦ: ସ୍କୁଟିକୁ ଜୋର୍ଦାର ଧକ୍କା ଦେଲା BMW, ନିଶାସକ୍ତ ଅବସ୍ଥାରେ କାର୍ ଚଲାଉଥିଲେ ମହିଳା
ହାଇଦ୍ରାବାଦର ବଞ୍ଜାରା ହିଲ୍ସ ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ବିଏମ୍ଡବ୍ଲ୍ୟୁ କାର୍ ଜଣେ ସ୍କୁଟି ଚାଳକଙ୍କୁ ଜୋର୍ରେ ଧକ୍କା ଦେଇଛି। ଏଥିରେ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି।

ହାଇଦ୍ରାବାଦର ବଞ୍ଜାରା ହିଲ୍ସ ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ବିଏମ୍ଡବ୍ଲ୍ୟୁ କାର୍ ଜଣେ ସ୍କୁଟି ଚାଳକଙ୍କୁ ଜୋର୍ରେ ଧକ୍କା ଦେଇଛି। ଏଥିରେ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ (GHMC)ରେ କାର୍ଯ୍ୟରତ ଅଛନ୍ତି। ବର୍ତ୍ତମାନ ପୋଲିସ ଉକ୍ତ ମହିଳା କାର୍ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରିଛି।
ପୋଲିସ ଅଧିକାରୀ କହିଛନ୍ତି ଯେ ହାଇଦ୍ରାବାଦର ବଞ୍ଜାରା ଅଞ୍ଚଳରେ ଜଣେ ମହିଳା ନିଶାସକ୍ତ ଅବସ୍ଥାରେ ବିଏମ୍ଡବ୍ଲ୍ୟୁ ଚଳାଉଥିଲେ। ଏହି ଘଟଣା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା ଏବଂ ବର୍ତ୍ତମାନ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି।
ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳୁଛି ଯେ ସ୍କୁଲ ଚାଳକଙ୍କ ସାମ୍ନା ପଟୁ ଦ୍ରୁତ ଗତିରେ ଏକ କାର୍ ଆସୁଛି। ଦ୍ରୁତଗାମୀ କାର୍କୁ ଦେଖି ଚାଳକ ନିଜ ସ୍କୁଟିର ବେଗକୁ କମାଇ ଦେଉଛନ୍ତି। ହେଲେ ବିପରୀତ ଦିଗରୁ ଆସୁଥିବା କାର୍ଟି ତାଙ୍କୁ ଜୋର୍ରେ ଧକ୍କା ଦେଉଛି। ଦୁର୍ଘଟଣା ଏତେ ଭୟଙ୍କର ରହିଛି ଯେ କାର୍ଟି ସ୍କୁଟି ଚାଳକଙ୍କୁ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଯାଉଛି।
ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ପୀଡିତଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ଭିଡିଓ ଦେଖିବା ପରେ ପୋଲିସ ଏ ନେଇ ମାମଲା ରୁଜୁ କରିଛି।
#WATCH | Telangana | Hit and run incident reported in Banjara Hills PS limits in Hyderabad. A GHMC employee namely Bala Chander Yadav’s two-wheeler was rammed by a speeding BMW car today in Banjara Hills police station limits. The accident happened after the driver lost control… pic.twitter.com/vbOobHGjtj
— ANI (@ANI) July 7, 2023