Below header

ଆଜି ଓଡ଼ିଶା ଫେରୁଛନ୍ତି ସୁନ୍ଦରଗଡ଼ର ବିର‌ଜୁ, ଅମୃତସରରୁ ବାହାରି ସାରିଛି ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ଟିମ୍‌

ସୁନ୍ଦରଗଡ଼: ଆଜି ଓଡ଼ିଶା ଫେରୁଛନ୍ତି ସୁନ୍ଦରଗଡ଼ର ବିର‌ଜୁ । ତାଙ୍କୁ ଘରକୁ ଫେରାଇ ଆଣିବାକୁ ଅମୃତସରରୁ ବାହାରିଛି ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ଟିମ୍‌ । ଏକ ସ୍ୱତନ୍ତ୍ର ଗାଡ଼ିରେ କୁତ୍ରା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ମଦନ ସିଂ ଅମୃତସର ଯାତ୍ରା କରି ବିରଜୁଙ୍କୁ ଘରକୁ ଆଣୁଛନ୍ତି । ଦୀର୍ଘ ୨୫ ବର୍ଷ ଧରି ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କଟାଇବା ପରେ ମୁକୁଳିଥିଲେ ବିରଜୁ ।

ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଳକ୍‌ ଜଙ୍ଗାଟୋଲି ଗାଁର । ତାଙ୍କ ଫେରିବା ଖବର ଶୁଣି ସମ୍ପର୍କୀୟଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଗତ ୨୬ ତାରିଖରେ ଲାହୋର ଜେଲରୁ ମୁକୁଳିବା ପରେ ଅମ୍ରିତସରର ନାରାୟଣ ଗଞ୍ଜ ସଂଘରୋଧ କେନ୍ଦ୍ରରେ ରହିଥିଲେ । କ୍ୱାରେଣ୍ଟାଇନ ଅବଧି ସରିବା ପରେ ତାଙ୍କୁ ଆଜି ସୁନ୍ଦରଗଡ଼କୁ ଅଣାଯାଉଛି । ଘରକୁ ଫେରିବା ପରେ ତାଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.