Below header

ଦେଶରେ ଦିନ କୁ ଦିନ କମୁଛି ସଂକ୍ରମିତ ସଂଖ୍ୟା: ଗତ ୨୪ ଘଣ୍ଟାରେ ୩୮ ହଜାର ୦୭୪ ନୂଆ ପଜିଟିଭ ଚିହ୍ନଟ, ୪୪୮ ମୃତ

ନୂଆଦିଲ୍ଲୀ: କରୋନା ଭାଇରସର ଦୈନିକ ସଂକ୍ରମିତ ସଂଖ୍ୟା ଦିନ କୁ ଦିନ କମିବାରେ ଲାଗିଛି | ଗତ ୨୪ ଘଣ୍ଟା ଭିତରେ ଦେଶରେ ୩୮ ହଜାର ୦୭୪
ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୪୪୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି | ସୋମବାର ତୁଳନାରେ ମଙ୍ଗଳବାର ଚିହ୍ନଟ ସଂଖ୍ୟାରେ ଖୁବ ହ୍ରାସ ଘଟିଥିବା ନେଇ ଲକ୍ଷ କରାଯାଇଛି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୦
ହଜାରରୁ କମ କେଶ ଚିହ୍ନଟ ହୋଇଥିବା ବେଳେ ୮୫ ଲକ୍ଷ ୯୭ ହଜାର ୭୩୧ରେ ପହଂଚିଛି ମୋଟ ସଂକ୍ରମିତ ସଂଖ୍ୟା | ସେହିପରି ୨୪ ଘଣ୍ଟା ଭିତରେ

୪୨ ହଜାର ୦୩୩ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଦେଶରେ ଏହି ସଂଖ୍ୟା ୭୯ ଲକ୍ଷ ୫୯ ହଜାର ୪୦୬ ଛୁଇଁଥିବା ନେଇ ରିପୋର୍ଟ ଦାୟର ହୋଇଛି | ଯେବେକି ଗତ କିଛି ଦିନ ହେବ ଲଗାତାର ଭାବରେ ସକ୍ରିୟ ମାମଲା ୬ ଲକ୍ଷ ତଳେ ହିଁ ରହିଛି | ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସମୟରେ ଦେଶରେ ୫ ଲକ୍ଷ ୫ ହଜାର ୨୬୫ ସକ୍ରିୟ ମାମଲା ରହିଛି | ଯେବେକି ଗୋଟିଏ ଦିନ ଭିତରେ ୪୪୦୮
ସକ୍ରିୟ ମାମଲା କମିଛି | ଯେବେକି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୭ ହଜାର ୦୫୯ ଛୁଇଁଥିବା ନେଇ ରେକର୍ଡ ହୋଇଛି |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.