Below header

୩୦ ତାରିଖରେ ନାମାଙ୍କନ ଦାଖଲ କରିବେ ରୁଦ୍ର ମହାରଥୀ

ପିପିଲି (କେନ୍ୟୁଜ) : ଆସନ୍ତା ୩୦ ତାରିଖରେ ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ । ଏହା ପୂର୍ବରୁ ରାଜ୍ୟ କାର୍ଯ୍ୟାଳୟରେ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ବ୍ଲକ ଦାୟିତ୍ୱରେ ଥିବା ନେତା ଓ କର୍ମୀଙ୍କ ବୈଠକ କରାଯାଇଛି । ବୈଠକରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପର୍ଯ୍ୟବେକ୍ଷକ ପ୍ରତାପ ଦେବ ସାମିଲ ହୋଇଥିଲେ । ପ୍ରତି ପଞ୍ଚାୟତ ପାଇଁ ଦଳର ସ୍ୱତନ୍ତ୍ର କମିଟି ଗଠନ ହୋଇଛି । ପ୍ରତି କମିଟିରେ ଯୁବ ଛାତ୍ର ମହିଳାଙ୍କ ସହ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.