ଗରମ ଦିନରେ ପ୍ରତିଦିନ ନିଶ୍ଚିତ ଖାଆନ୍ତୁ ଗୋଟେ କମଳା, ମିଳିବ ଜବରଦସ୍ତ ଫାଇଦା

ଗ୍ରୀଷ୍ମ ଦିନ ଆରମ୍ଭ ହୋଇଗଲାଣି। ଏହି ଦିନରେ ନିଜ ଶରୀରର ଧ୍ୟାନ ରଖିବା ବେଶ ଜରୁରୀ ହୋଇଥାଏ। ଗରମ ଦିନରେ ଶରୀରକୁ ଏନର୍ଜିରେ ଭରପୁର ରଖିବା ପାଇଁ ଫଳ ଖାଇବା ବେଶ୍ ଫାଇଦାଯୁକ୍ତ ହୋଇଥାଏ। ତେଣୁ ଖରାଦିନରେ କମଳା ଖାଇବା ଶରୀର ପାଇଁ ଲାଭକାରୀ। କମଳାରେ ପ୍ରଚୁରମାତ୍ରାରେ ଭିଟାମିନ୍ସ ରହିଥାଏ, ଯାହା ଶରୀରରେ ଏନର୍ଜି ଦେଇଥାଏ। ଏଥିପାଇଁ ଖରାଦିନରେ ଏହାକୁ ଖାଇବା ଫାଇଦାଯୁକ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା କ’ର ରହିଛି ଫାଇଦା…

ଶରୀରକୁ ହାଇଡ୍ରେଟ୍ କରିଥାଏ : କମଳା ଏମିତି ଏକ ଫଳ, ଯେଉଁଥିରେ ପର୍ଯ୍ଯାପ୍ତ ମାତ୍ରାରେ ଭିଟାମିନ ରହିଥାଏ। ଯାହା ଯୋଗୁଁ କମଳା ଶରୀରକୁ ହାଇଡ୍ରେଟ୍ ରଖିଥାଏ। କମଳା ଖାଇବା ଦ୍ବାରା ଶରୀରରେ ପାଣିର ଅଭାବ ରହିନଥାଏ। କମଳାରେ ଥିବା ଭିଟାମିନ୍ସ ଦ୍ବାରା ହାଡ ମଜବୁତ ରହିଥାଏ, ଯାହା ଶରୀରର ଥକ୍କାପଣ ଦୂର କରିଥାଏ। ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ଗରମ ଦିନରେ ଅତି କମରେ ଦିନକୁ ଗୋଟେ କମଳା ଖାଇବା ଉଚିତ।

ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ : କମଳା ଖାଇବା ଶରୀର ଦ୍ବାରା ଶରୀରରେ ଜଳୀୟ ଅଂଶର ଅଭାବ ରହେ ନାହିଁ। ଖରାଦିନରେ କମଳା ଖାଇଲେ ଶରୀରର ଜଳୀୟ ଅଂଶର ଅଭାବ ରହେ ନାହିଁ। ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଏହାଛଡା କମଳା ଖାଇଲେ ଖରାଜନିତ ସମସ୍ଯାରୁ ବଞ୍ଚିପାରିବେ।

Orange (1)

ଦୃଷ୍ଟିଶକ୍ତି ବଢାଏ : କମଳା ଖାଇଲେ ଆଖିର ଦେଖିବାକୁ ଶକ୍ତି ବଢିଥାଏ। ଦୃଷ୍ଟି ଶକ୍ତି ଠିକ୍ ରଖିବାକୁ ଚାହୁଁଥିଲେ, ପ୍ରତିଦିନ କମଳା ଖାଆନ୍ତୁ। କମଳାରେ ଭିଟାମିନ ଏ ଭରପୂର ମାତ୍ରାରେ ରହିଥାଏ। ଯାହା ଆଖି ପାଇଁ ଫାଇଦା ହୋଇଥାଏ। ତେଣୁ ଯେଉଁମାନେ କମ୍ପ୍ଯୁଟର ଏବଂ ଲାପଟପରେ କାମ କରୁଛନ୍ତି, ସେମାନଙ୍କୁକ ପ୍ରତିଦିନ କମଳା ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି।

କୋଲେଷ୍ଟ୍ରଲ କମ୍ ରଖିଥାଏ : ଯଦି କୋଲେଷ୍ଟ୍ରଲ ଲେବଲକୁ କଣ୍ଟ୍ରୋଲରେ ରଖିବାକୁ ଚାହୁଁଛନ୍ତି, ତେବେ କମଳା ଖାଆନ୍ତୁ। ଏହା ଶରୀରରେ କୋଲେଷ୍ଟ୍ରଲକୁ କମ୍ କରିବାରେ ସହାୟକ ହୋଇଥାଏ। ହାର୍ଟ ଜନିତ ସମସ୍ଯାରୁ ମଧ୍ୟ ମୁକ୍ତି ଦେଇଥାଏ।

ବ୍ଲଡପ୍ରେସର ଦୂରେଇ ରହିଥାଏ : କମଳାରେ ପର୍ଯ୍ଯାପ୍ତ ମାତ୍ରାରେ ଭିଟାମିନ ବି ମଧ୍ୟରହିଥାଏ। ଯାହା ଶରୀରରେ ହିମୋଗ୍ଲୋବିନର ମାତ୍ରା ବଢାଇଥାଏ। ଏମିତିରେ କମଳା ଖାଇବା ଦ୍ବାରା ବ୍ଲଡ ପ୍ରେସର କଣ୍ଟ୍ରୋଲରେ ରହିଥାଏ। ଯେଉଁ ଲୋକଙ୍କର ବ୍ଲଡ ପ୍ରେସର ରହିଥାଏ, ସେମାନଙ୍କୁ କମଳା ଖାଇବାର ପରାମର୍ଶ ଦିଆଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.