ଆସିଲା ଗୋଟିଏ ଚକ ଥିବା ଇଲେକ୍ଟ୍ରିକ୍‌ ବାଇକ୍‌, ଥରେ ଚାର୍ଜରେ ୧୦୦ କିମି କରିପାରିବ ଯାତ୍ରା

ଆଜିକାଲି ଇଲେକ୍ଟ୍ରିକ୍‌ କାର୍‌ ଏବଂ ବାଇକ୍‌ ଉପରେ ଅଧିକ ଫୋକସ୍‌ କରାଯାଉଛି। ଚୀନର ଇ-କମର୍ସ କମ୍ପାନୀ ‘ଅଲୀବାବା’ ଏବେ ଏକ ୟୁନିକ୍‌ ଡିଜାଇନର ଇଲେକ୍ଟ୍ରିକ୍‌ ବାଇକ୍‌କୁ ବଜାର ପ୍ରବେଶ କରାଇଛି, ଯେଉଁଥିରେ କେବଳ ଗୋଟିଏ ଚକ ଦିଆଯାଇଛି। ଥରେ ଚାର୍ଜ ହେଲେ ଏହି ବାଇକ୍‌ ୧୦୦ କିମି ଯାତ୍ରା କରିପାରିବ। ଏଥି ସହିତ ଏହାର ଚାର୍ଜିଙ୍ଗ୍‌ ଟାଇମ୍‌ ବି ଅଧିକ ନୁହେଁ।

ବାଇକରେ ପାରମ୍ପରିକ ଷ୍ଟିଲ୍‌ଯୁକ୍ତ trellis frame ଦିଆଯାଇଛି। ଫୁଏଲ୍‌ ଟ୍ୟାଙ୍କ୍‌ ସହ ଗୋଟିଏ ସିଟ୍‌ ରହିଛି। ଖାସ୍‌ କଥା ହେଉଛି, ଏଥିରେ ଦ୍ୱିତୀୟ ଲୋକ ବସିବା ପାଇଁ ଏକ ରିୟର ପିଲିୟନ୍‌ ସିଟ୍‌ ମଧ୍ୟ ଅଛି, କିନ୍ତୁ ଏହି ସିଟ୍‌ କେତେ ବ୍ୟବହାର ଯୋଗ୍ୟ ହୋଇପାରିବ, ତାହା କେବଳ ଦେଖିବା କଥା। ଏହି ଇଲେକ୍ଟ୍ରିକ୍‌ ବାଇକ୍‌ ୨,୦୦୦ ଓ୍ଵାଟ୍‌ ପାଓ୍ଵର ଜେନେରେଟ୍‌ କରିଥାଏ। ବାଇକ୍‌ର ଟପ୍‌ ସ୍ପୀଡ୍‌ ରହିଛି ୪୮ kmph।

ଏକ ସାଧାରଣ ବାଇକ୍‌ ତୁଳନାରେ ଏହା ବହୁତ ହାଲୁକା ଥିବା ବେଳେ ଏହାର ଓଜନ ମାତ୍ର ୪୦ କିଗ୍ରା। ବାଇକ୍‌ରେ ଦିଆଯାଇଥିବା ବ୍ୟାଟେରୀ ଏହାକୁ ୬୦ରୁ ୧୦୦ କିମି ପର୍ଯ୍ୟନ୍ତ ଚଲାଇବାରେ ସକ୍ଷମ ଅଟେ। କମ୍ପାନୀର କହିବା ହେଲା, ବ୍ୟାଟେରୀକୁ ଫୁଲ୍‌ ଚାର୍ଜ କରାଇବାରେ ୩ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗିଥାଏ। ତେବେ ଏହାର ଦାମ୍‌ ୧୫୦୦ ଡଲାର ରହିଛି, ଯାହାକି ଭାରତୀୟ ମୁଦ୍ରା ହିସାବରେ ପାଖାପାଖି ୧.୩୪ ଲକ୍ଷ ଟଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.