ବ୍ୟବସାୟରେ କ୍ଷତି ହେଉ କିମ୍ବା କୌଣସି ରୋଗ, ହୋଲିକା ଦହନ ବେଳେ କରନ୍ତୁ ଏହି ଉପାୟ ଦୂର ହେବ ସବୁ ଦୁଃଖ କଷ୍ଟ

ଅଧର୍ମ ଉପରେ ଧର୍ମର ବିଜୟ ପର୍ବ ଭାବେ ପାଳିତ ହୁଏ ହୋଲିକା ଦହନ। ପୌରାଣିକ କଥା ଅନୁସାରେ, ଏହି ଅଗ୍ନିରେ ଭଗବାନ ବିଷ୍ଣୁଙ୍କୁ ସ୍ୱଚ୍ଛ ମନରେ ପ୍ରାର୍ଥନା କରି ପ୍ରହଲ୍ଲାଦ ବଞ୍ଚିଯାଇଥିଲେ ଓ ଖରାପ ମନୋଭାବ ରଖି ନିଆଁରେ ବସିଥିବା ହୋଲିକା ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ହୋଲିକା ଦହନ ରାତିରେ କିଛି ଏଭଳି ଛୋଟ ଛୋଟ ଉପାୟ କରିବା ଦ୍ୱାରା ସବୁ ସମସ୍ୟା ଦୂର ହୋଇଥାଏ। ଆସନ୍ତୁ ଜାଣିବା ହୋଲିକା ଦହନରେ କ’ଣ କରିବା ଉଚିତ୍‌…

ଯଦି ଆପଣଙ୍କର ଟଙ୍କା ପଇସା ସହ ଜଡ଼ିତ ସମସ୍ୟା ରହିଛି ତେବେ ପୁଷ୍କର ମାଳିରେ ଓଁ ମହାଲକ୍ଷ୍ମୌ ନମଃ ମନ୍ତ୍ର ଜପ କରନ୍ତୁ। ପରେ ଏହି ମାଳିକୁ ଧାରଣ କରି ହୋଲିକାଙ୍କ ନିକଟରେ ଦେଶୀ ଘିଅ ଦୀପ ଜଳାନ୍ତୁ ଓ ଆର୍ଥିକ ସମୃଦ୍ଧି ପାଇଁ ପ୍ରାର୍ଥନା କରନ୍ତୁ।

ଯଦି ଘରେ କେହି ଦୀର୍ଘ ଦିନ ଧରି ରୋଗାଗ୍ରସ୍ତ ଅଛନ୍ତି, ତେବେ ଏକ ମୁଠା ହଳଦିଆ ସୋରିଷ, ଗୋଟିଏ ଲବଙ୍ଗ, କଳା ରାଶି, ଛୋଟ ଖଣ୍ଡ ଫିଟିକିରି, ଏକ ଶୁଖିଲା ନଡ଼ିଆ ନେଇ ରୋଗାଗ୍ରସ୍ତ ବ୍ୟକ୍ତିଙ୍କ ମୁଣ୍ଡରେ ୭ ଥର ବୁଲାଇ ହୋଲିକା ଅଗ୍ନିରେ ଜଳାଇ ଦିଅନ୍ତୁ। ଲାଭ ମିଳିବ।

ଘରେ, ଦୋକାନରେ କିମ୍ବା ଅଫିସରେ ଚୋରି ହେଉଥିଲେ ଏକ ଶୁଖିଲା ନଡ଼ିଆ ଓ ତମ୍ବାର ପଇସା ଘର କିମ୍ବା ଦୋକାନରେ ଚାରି କୋଣରେ ୭ଥର ବୁଲାଇ ନିଆଁରେ ପକାଇ ଦିଅନ୍ତୁ।

ଦାମ୍ପତ୍ୟ ଜୀବନରେ ମିଠାପଣ ପାଇଁ ତୁଳାର ୧୦୮ଟି ବତୀକୁ ଘିଅରେ ଭିଜାଇ ହୋଲିକା ଅଗ୍ନିରେ ପରିକ୍ରମା କରି ଗୋଟିଏ ଗୋଟିଏ କରି ପକାନ୍ତୁ। ଏହା ଦ୍ୱାରା ଦାମ୍ପତ୍ୟ ଜୀବନରେ ଖୁସି ଭରିଯିବ।

ଯଦି ବେପାରରେ ଲଗାତାର କ୍ଷତି ହେଉଛି ତେବେ ହୋଲିକା ଦହନ ସନ୍ଧ୍ୟାରେ ଦୋକାନ କିମ୍ବା ଘରର ମୁଖ୍ୟ ଦ୍ୱାରର ବନ୍ଧରେ ଅବିର ପକାଇ ତା ଉପରେ ଅଟାରେ ତିଆରି ଚାରି ମୁଖୀ ଦୀପ ଜଳାନ୍ତୁ। ପରେ ସେହି ଦୀପକୁ ଜଳନ୍ତା ହୋଲିକା ଅଗ୍ନିରେ ପକାଇ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.