‘ଶିରୋ’ରେ ଦେଖାଗଲା ସନି ଲିଓନିଙ୍କ ‘ନେଭର ସିନ୍‌ ବିଫୋର୍‌’ ଅବତାର, ଦେଖନ୍ତୁ ସାଇକୋଲଜିକାଲ୍‌ ଥ୍ରୀଲର ଫିଲ୍ମର ଟିଜର

ନିଜ ବୋଲ୍ଡ ଅବତାର, ଶାନଦାର ଡ୍ୟାନ୍ସ ଏବଂ କ୍ୟୁଟ୍‌ ଅନ୍ଦାଜରେ ସମସ୍ତଙ୍କ ହୃଦୟ ଜିତି ସାରିଥିବା ସନି ଲିଓନି ଏବେ ନିଜର ଅଗାମୀ ଫିଲ୍ମର ସୂଚନା ଫ୍ୟାନ୍‌ମାନଙ୍କ ସହ ଶେୟାର କରିଛନ୍ତି। ସେ ସୋସିଆଲ ମିଡିଆ ଆକାଉଣ୍ଟରେ ସାଇକୋଲଜିକାଲ୍‌ ଥ୍ରୀଲର ‘ଶିରୋ’ର ଟିଜର ଶେୟାର କରିଛନ୍ତି। ଏହି ଟିଜରକୁ ଏ ପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଲାଣି।

ସନି ଲିଓନିଙ୍କ ଏହି ଫିଲ୍ମ ୪ଟି ଭାଷା ତାମିଲ, ହିନ୍ଦୀ, ତେଲୁଗୁ ଏବଂ ମଲୟାଲମ୍‌ରେ ରିଲିଜ୍‌ ହେବ। ଟିଜରରେ ସନି ଏକ୍‌ଦମ ୟୁନିକ୍‌ ଲୁକ୍‌ରେ ନଜର ଆସୁଥିବା ବେଳେ ତାଙ୍କର ନେଭର ସିନ୍‌ ବିଫୋର୍‌ କ୍ୟାରେକ୍ଟର ଫ୍ୟାନ୍‌ମାନଙ୍କୁ ଉତ୍ସାହିତ କରୁଛି। ସନି ଆହତ ଅବସ୍ଥାରେ ନଜର ଆସୁଛନ୍ତି ଏବଂ ସିଡିରେ ଜଣେ ବାଳକ ବସିଥିବାର ଦେଖାଯାଉଛି।

‘ଶିରୋ’ ଟିଜରରେ ସ୍ପଷ୍ଟ ଜଣାପଡ଼ୁଛି କି, ଫିଲ୍ମରେ ହରର୍‌-ଥ୍ରୀଲରର ଜବରଦସ୍ତ ତଡ଼କା ଦେଖିବାକୁ ମିଳିବ। ତେବେ ଫିଲ୍ମର ରିଲିଜ୍‌ ଡେଟ୍‌ ଏ ପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। କିନ୍ତୁ ସନିଙ୍କ ଏହି ନୂଆ ଅବତାର ଫ୍ୟାନ୍‌ମାନଙ୍କୁ ବହୁତ ପସନ୍ଦ ଆସୁଛି। କମେଣ୍ଟ ସେକ୍ସନରେ ଫ୍ୟାନ୍‌ମାନେ ଅଧିକ ଜାଣିବା ପାଇଁ ଇଚ୍ଛୁକ ରହିଛନ୍ତି।

 

View this post on Instagram

 

A post shared by Sunny Leone (@sunnyleone)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.