Below header

ପରେଶ ରାଓ୍ଵଲ ହେଲେ କୋଭିଡ୍‌ ସଂକ୍ରମିତ, ୯ ମାର୍ଚ୍ଚରେ ନେଇଥିଲେ ଭ୍ୟାକ୍ସିନ୍‌ର ପ୍ରଥମ ଡୋଜ୍‌

ବଲିଉଡ୍‌ ଅଭିନେତା ପରେଶ ରାଓ୍ଵଲ କରୋନାର ଶିକାର ହୋଇଛନ୍ତି। ଏ ନେଇ ପରେଶ ନିଜେ ହିଁ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି କି, ସେ କୋଭିଡ୍‌ ସଂକ୍ରମିତ ହୋଇଛନ୍ତି। ତାଙ୍କ ସହିତ ସମ୍ପର୍କରେ ଆସିଥିବା ଲୋକଙ୍କୁ ସେ କରୋନା ଯାଞ୍ଚ କରେଇ ନେବାକୁ କହିଛନ୍ତି। ଶୁକ୍ରବାର ରାତିରେ ପରେଶ ଟ୍ଵିଟ୍‌ କରି ଫ୍ୟାନ୍‌ମାନଙ୍କୁ ଏହା ଜଣାଇଛନ୍ତି।

ଟ୍ଵିଟ୍‌ରେ ସେ ଲେଖିଛନ୍ତି କି, ‘ଦୁଃର୍ଭାଗ୍ୟପୂର୍ଣ୍ଣ, ମୁଁ କରୋନା ପଜିଟିଭି ମିଳିଛି। ଗତ ୧୦ ଦିନରୁ ଯିଏ ବି ମୋ ସମ୍ପର୍କରେ ଆସିଥିବେ, ସେମାନେ ଦୟାକରି ନିଜର ଯାଞ୍ଚ କରେଇ ନେବେ’। ପରେଶଙ୍କ ଏହି ଟ୍ଵିଟ୍‌ ପରେ ସୋସିଆଲ ମିଡିଆ ୟୁଜରମାନେ ସେ ଜଲ୍‌ଦି ଠିକ୍‌ ହୋଇଯିବା ନେଇ ପ୍ରାର୍ଥନା କରିଛନ୍ତି। ଫ୍ୟାନମାନଙ୍କ ସହିତ ଅନେକ ସେଲିବ୍ରିଟି ମଧ୍ୟ ପରେଶଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ରଖିଛନ୍ତି।

ସୂଚନାଥାଉ କି, ନିକଟରେ ପରେଶ ରାଓ୍ଵଲ କୋଭିଡ୍‌ ଭ୍ୟାକ୍ସିନ୍‌ର ପ୍ରଥମ ଡୋଜ୍‌ ନେଇଥିଲେ। ସେ ସୋସିଆଲ ମିଡିଆରେ ଫଟୋ ଶେୟାର କରି ଭ୍ୟାକ୍ସିନ୍‌ ନେଇଥିବା ନେଇ ସୂଚନା ଦେଇଥିଲେ। ପରେଶ ଟ୍ଵିଟ୍‌ କରି ଲେଖିଥିଲେ କି, ଭି ରେ ଭ୍ୟାକ୍ସିନ୍‌। ସମସ୍ତ ନର୍ସ, ଡାକ୍ତର, ଫ୍ରଣ୍ଟଲାଇନ ଓ୍ଵାର୍କର ଏବଂ ବୈଜ୍ଞାନିକଙ୍କୁ ଧନ୍ୟବାଦ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.