Below header

ବିନା ପରୀକ୍ଷାରେ କରନ୍ତୁ CRPF ଚାକିରି, ଦରମା ମାସକୁ ୮୫ ହଜାର

କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(ସିଆରପିଏଫ)ରେ ସ୍ପେଶାଲିଷ୍ଟ ମେଡିକାଲ ଅଫିସର ପଦବୀରେ ଭର୍ତ୍ତି ପାଇଁ ଅଧିକାରକ ନୋଟିଫିକେସନ ଜାରି ହୋଇଛି। ଏହି ନୋଟିଫିକେସନ ଅନୁଯାୟୀ, ସମ୍ବନ୍ଧିତ ବିଷୟରେ ଉଚିତ ଯୋଗ୍ଯତା ରଖୁଥିବା ଇଚ୍ଛୁକ ପ୍ରାର୍ଥୀ ୧୪ ଏପ୍ରିଲ ୨୦୨୧ରେ ୱାକ-ଇନ ଇଣ୍ଟରଭ୍ଯୁ ମାଧ୍ୟମରେ ଚାକିରି ପାଇପାରିବେ। ଏହି ଭର୍ତ୍ତି ପାଇଁ କୌଣସି ଲିଖିତ ପରୀକ୍ଷା ହେବ ନାହିଁ। ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ଯୁ ପ୍ରଦର୍ଶନ ଆଧାରରେ କରାଯିବ।

ପଦବୀ ବିବରଣୀ:

ଆନାସ୍ଥେସିଆ:୧
ପୋଥୋଲୋଜି: ୧
ରେଡିଓଲୋଜି: ୧
ମେଡିସିନ: ୧
ଚକ୍ଷୁ: ୧

ଶିକ୍ଷାଗତ ଯୋଗ୍ଯତା: ଶିକ୍ଷାଗତ ଯୋଗ୍ଯତା ସହିତ ପ୍ରାର୍ଥୀଙ୍କର ଅଭିଜ୍ଞତା ଥିବା ଦରକାର। ଡିଗ୍ରୀ ଧାରକ ୧.୫ ବର୍ଷ ଏବଂ ଡିପ୍ଲୋମା କରିଥିବା ପ୍ରାର୍ଥୀ ୨.୫ ବର୍ଷର ଅଭିଜ୍ଞତା ଥିବା ଜରୁରୀ।

ଦରମା: ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ୮୫,୦୦୦ ଟଙ୍କା ମାସିକ ବେତନ ମିଳିବ।

ବୟସ ସୀମା: ସର୍ବାଧିକ ୭୦ ବର୍ଷ

ଚୟନ ପ୍ରକ୍ରିୟା: ପ୍ରାର୍ଥୀ ବିନା କୌଣସି ପରୀକ୍ଷାରେ ଇଣ୍ଟରଭ୍ଯୁ ଏବଂ ମେଡିକାଲ ପରୀକ୍ଷା ଦ୍ବାରା ନିଯୁକ୍ତି ହେବେ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://crpf.gov.in/writereaddata/Portal/Recruitment_Advertise/ADVERTISE/1_203_1_326032021.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.