Below header

ମାଓବାଦୀଙ୍କ ବର୍ବର କାଣ୍ଡ, ଅତି ନୃଶଂସ ଭାବେ ଜିଲ୍ଲା ପରିଷଦ ସଭ୍ୟଙ୍କୁ କଲେ ହତ୍ୟା

ମାଲକାନଗିରି (କେନ୍ୟୁଜ) : ମାଓବାଦୀଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଅତି ନୃଶଂସ ଭାବେ ଜିଲ୍ଲା ପରିଷଦ ସଭ୍ୟଙ୍କୁ ହତ୍ୟା । ମୃତକ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ତାଲନାର ଗାଁର ବୁଧୁରାମ କାଶ୍ୟପ । ପୋଲିସ ଇନ୍‌ଫର୍ମର ସନ୍ଦେହରେ ବୁଧୁରାମଙ୍କ ମୁଣ୍ଡକୁ ପ୍ରଥମେ ଗୁଳି ମାରିବା ସହ ଶରୀରକୁ ଧାରୁଆ ଅସ୍ତ୍ରରେ କ୍ଷତବିକ୍ଷତ କରି ହତ୍ୟା କରିଛନ୍ତି ମାଓବାଦୀ । ଘରେ ଖାଦ୍ୟ ଖାଇ ବିଶ୍ରାମ ନେବାବେଳେ ମାଓବାଦୀ ଏଭଳି ହିଂସାକାଣ୍ଡ ଘଟାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.