Below header

କନ୍ଧମାଳରେ ବିଜେଡିର କ୍ଲିନ୍‌ ସୁଇପ୍‌, ପୋଛି ନେଲା ଲୋକସଭା ସହ ସମସ୍ତ ୭ଟି ଯାକ ବିଧାନସଭା ଆସନ

କନ୍ଧମାଳ ରାଜନୀତିରେ ବିଜେଡିର ବିପୁଳ ବିଜୟ । ପ୍ରତ୍ୟକ୍ଷ ରାଜନୀତିରେ ଡେବ୍ୟୁ କରି ଲୋକସଭା ଆସନରେ ବାଜିମାତ କରିଛନ୍ତି ସମାଜସେବୀ ତଥା ଶିକ୍ଷାବିତ ଡକ୍ଟର ଅଚ୍ୟୁତ ସାମନ୍ତ। ଖୁବ ଭଲ ବ୍ୟବଧାନରେ ବି ଜିତିଛନ୍ତି। ୧ ଲକ୍ଷ ୪୯ ହଜାର ୨୧୬ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଖାରବେଳ ସ୍ୱାଇଁଙ୍କୁ ହରାଇଛନ୍ତି ଡକ୍ଟର ସାମନ୍ତ । ଆଦିବାସୀଙ୍କ ବିକାଶ ପାଇଁ କାମ କରି ଆସୁଥିବା ଡକ୍ଟର ସାମନ୍ତଙ୍କୁ ମିଳିଛି କନ୍ଧମାଳ ଭୋଟରଙ୍କ ବିପୁଳ ସମର୍ଥନ। ଏଥିପାଇଁ କନ୍ଧମାଳବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସେଠାକାର ବିକାଶ ଓ ଦେଇଥିବା ପ୍ରତିଶ୍ରୁତି ପାଳନ କରିବେ ବୋଲି କହିଛନ୍ତି ଡକ୍ଟର ସାମନ୍ତ।

କନ୍ଧମାଳ ଲୋକସଭା ଅନ୍ତର୍ଗତ ସମସ୍ତ ବିଧାନସଭା ଆସନକୁ କ୍ଲିନ୍‌ ସୁଇପ୍‌ କରିଛି ବିଜେଡି। ୭ରୁ ୭ ଆସନ ପୋଛି ନେଇଛି। ବାଲିଗୁଡ଼ାରେ ଚକ୍ରମଣି କହଁର କଂଗ୍ରେସର ସିମନ ମଲ୍ଲିକଙ୍କୁ ୬୯୧୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଜି.ଉଦୟଗିରି ଆସନରେ ବାଜିମାତ କରିଛନ୍ତି ସାଲୁଗା ପ୍ରଧାନ। କଂଗ୍ରେସ ପ୍ରାର୍ଥୀ ଶ୍ୟାମଘନ ପ୍ରଧାନ ୧୧ ହଜାର ୨୬୧ ଭୋଟ୍‌ ବ୍ୟବଧାନରେ ହାରିଛନ୍ତି। ଫୁଲବାଣୀରେ ଅଙ୍ଗଦ କହଁର ବିଜେପି ପ୍ରାର୍ଥୀ ଦେବ ନାରାୟଣ ପ୍ରଧାନଙ୍କୁ ୨୪ ହଜାର ୪୧୬ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିବା ବେଳେ କଣ୍ଟାମାଳରେ ଜିତିଛନ୍ତି ମହିଧର ରଣା। ବିଜେପିର କହ୍ନେଇ ଚରଣ ଡାଙ୍ଗଙ୍କୁ ୩ ହଜାର ୬୫୦ ଭୋଟ୍‌ରେ ସେ ପରାସ୍ତ କରିଛନ୍ତି। ବୌଦ୍ଧରେ ୧୦ ହଜାର ୪୪୮ ଭୋଟ୍‌ରେ ଜିତିଛନ୍ତି ପ୍ରଦୀପ ଅମାତ। ବିଜେପିର ସୁଶାନ୍ତ କୁମାର ପ୍ରଧାନଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଛି । ଭଞ୍ଜନଗରରେ ଷଷ୍ଠ ଥର ବିଜେଡିର ବିଜୟ ବାନା ଉଡ଼ାଇଛନ୍ତି ବିକ୍ରମ କେଶରୀ ଆରୁଖ। ୯ ହଜାର ୧୦୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିକ୍ରମ। ଦଶପଲ୍ଲାରେ ରମେଶ ଚନ୍ଦ୍ର ବେହେରା ବିଜେପିର ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ୩୫ ହଜାର ୨୯୧ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି ।

କନ୍ଧମାଳକୁ ନିଜ କବଜାକୁ ନେଇଛି ବିଜେଡି। ଉଭୟ ଲୋକସଭା ଓ ବିଧାନସଭା ଆସନରେ ବିପୁଳ ଭୋଟରେ ବିଜେଡି ପ୍ରାର୍ଥୀ ଜିତିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.