Below header

କର୍ଣ୍ଣାଟକ ରାଜନୀତି ଏବେ ସରଗରମ, ବିଜେପି ୨୫ଟି ସଂସଦୀୟ କ୍ଷେତ୍ରରେ ଜିତିବା ପରେ ପୁଣି ସରକାର କରିବାକୁ ଦୃଢ଼ୋକ୍ତି

ବେଙ୍ଗାଲୁରୁ (କେ ନ୍ୟୁଜ୍‌) :  ଚଳିତ ସାଧାରଣ ନିର୍ବାଚନରେ କର୍ଣ୍ଣାଟକ ରାଜ୍ୟରେ ବାଜିମାତ କରିଛି ବିଜେପି । କର୍ଣ୍ଣାଟକରେ ସଂସଦୀୟ କ୍ଷେତ୍ରରେ ମୋଟ ୨୮ଟି ଆସନ ଥିବା ବେଳେ ବିଜେପି ୨୫ଟିରେ ବାଜିମାତ୍‌ କରିଛି । କଂଗ୍ରେସ ଗୋଟିଏ ଓ ଜେଡିଏସ୍ ଗୋଟିଟି ଆସନ ଜିତିଥିବା ବେଳେ ସ୍ୱାଧୀନରୁ ଜଣେ ବିଜୟ ଲାଭ କରିଛି । ତେବେ ବିଜେପିର ବରିଷ୍ଠ ନେତା ବି ଏସ୍ ୟେଦୁରପ୍ପା ନିର୍ବାଚନ ପୂର୍ବରୁ ଗଣମାଧ୍ୟମକୁ କହିଥିଲେ ଯେ ବିଜେପି ୨୨ରୁ ଊର୍ଦ୍ଧ୍ୱ ଆସନ ଜିତିବ । ଯାହା ଫଳାଫଳରୁ ସତରେ ପରିଣତ ହୋଇଛି । ତେବେ ସେ କହିଥିଲେ ଯେ କର୍ଣ୍ଣାଟକ ରାଜ୍ୟରେ କଂଗ୍ରେସ ଓ ଜେଡିଏସ ମେଣ୍ଟ ଭାଙ୍ଗିବ ଏବଂ ବିଜେପି ପୁଣି ସରକାର ଗଠନ କରିବ । ସେ କଥା ଏବେ ପୁଣି ଗଣମାଧ୍ୟମରେ ଦୋହରାଇଛନ୍ତି ।
କର୍ଣ୍ଣାଟକରେ ବିଜେପି ଖୁସି ମନାଉଥିବା ବେଳେ କଂଗ୍ରେସ ଓ ଜେଡିଏସ ମଧ୍ୟରେ କଳି ଆରମ୍ଭ ହୋଇଯାଇଛି । ଆଜି ପୁଣି ଏକ ବଡ ଘଟଣା ନଜରକୁ ଆସିଥିଲା । ଜେଡିଏସରୁ ପ୍ରଜୱାଲା ରେଭେନା ହସନ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଏ. ମଞ୍ଜୁଙ୍କ ଠାରୁ ୧ ଲକ୍ଷ ୪୨ ହଜାର ୫୧୨ ଖଣ୍ଡ ଭୋଟ ବ୍ୟାବଧାନରେ ବିଜୟ ଲାଭ କରିଛନ୍ତି । କିନ୍ତୁ ତୁମକୁର ଆସନରୁ ତାଙ୍କ ଜେଜେବାପା ତଥା ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବେଗୈାଡା ହାରିଯିବା ପରେ ସେ ଇସ୍ତଫା ଦେବେ ବୋଲି ଗଣମାଧ୍ୟମକୁ କହିଥିଲେ । କିନ୍ତୁ ପିତା ଏଚ୍.ଡି କୁମାରସ୍ୱାମୀ ଓ ଦେବଗୈାଡା ତାଙ୍କୁ ମନା କରିଥିଲେ । ସେ ଲଢିଥିବା ନିର୍ବାଚନ ମଣ୍ଡଳୀରୁ ତାଙ୍କ ଜେଜେ ଛିଡା ହବାର ଥିଲା କିନ୍ତୁ ଶେଷରେ ପରିବର୍ତ୍ତନ କରାଯାଇ ତାଙ୍କୁ ତୁମକୁର ଆସନରେ ପ୍ରାର୍ଥୀ ହେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ତେଣୁ ସେ ଏଠାରୁ ଛିଡା ହୋଇଥିଲେ ଜିତିଥାନ୍ତେ ବୋଲି କହିବା ସହ ମୁଁ ଇସ୍ତଫା ଦେବା ପରେ ସେ ପୁଣି ଏହିଠାରୁ ଲଢିବେ ବୋଲି କହିଥିଲେ ।

KARNATAK-1
ଜେଡିଏସ୍‌ରେ ଏପରି ପରିସ୍ଥିତି ଥିବା ବେଳେ ଏପଟେ କଂଗ୍ରେସର ଗୋଷ୍ଠୀ କନ୍ଦଳ କର୍ଣ୍ଣାଟକ ରାଜନୀତିକୁ ସରରମ କରିଛି । ଚଳିତ ବର୍ଷ ବିଜେପିର ୨୮ ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ କମ୍ ବୟସ ପ୍ରାର୍ଥୀ ଥିଲେ ତେଜସ୍ୱୀ ସୂର୍ଯ୍ୟ । ସେ ବେଙ୍ଗାଲୁରୁ ସାଉଥ୍‌ରୁ କଂଗ୍ରେସର ହେଭିୱଟ ନେତା ବି.କେ ହରିପ୍ରସାଦଙ୍କ ସହ ଲଢ଼ି ବିଜୟ ମୁକୁଟ ପିନ୍ଧିଥିଲେ । ଯାହାକି ରାଜ୍ୟ ବିଜେପିର ଏପରି ପ୍ରଦର୍ଶନରେ ଭୟଭୀତ ହୋଇଛନ୍ତି ବିରୋଧୀ । ପରାଜୟ ସ୍ୱୀକାର କରି କର୍ଣ୍ଣାଟକ ରାଜ୍ୟ ଜେଡିଏସ୍ ସଭାପତି ବିଶ୍ୱନାଥ ନିଜକୁ ଦାୟୀ କରି ଇସ୍ତଫା ଦେବେ ବୋଲି ଜଣାପଡିଛି । ଆଜି ପୁଣି କର୍ଣ୍ଣାଟକର କଂଗ୍ରେସ ପିସିସି ସଭାପତି ରାଜ୍ୟରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ହୋଇଥିବାରୁ ନୈତିକତା ଦୃଷ୍ଟିରୁ ଇସ୍ତଫାପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । ତେବେ ଏପରି ଅବସ୍ଥାରେ ଆଜି କଂଗ୍ରେସ ଓ ଜେଡିଏସ୍ ମଧ୍ୟରେ ଘନ ଘନ ବୈଠକ ଚାଲିଛି । ତେବେ କର୍ଣ୍ଣାଟକରେ ଆଗକୁ କିଭଳି ପରିସ୍ଥିତି ସୃଷ୍ଟି ହେଉଛି ତାହା ଦେଖିବାର ଆଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.