Below header

ଆଜି ବିଜେଡି କାର୍ଯ୍ୟକାରିଣୀ: ଗୃହୀତ ହେବ ଦଳର ବିଭିନ୍ନ ରାଜନୈତିକ ପ୍ରସ୍ତାବ

ଭୁବନେଶ୍ବର: ଆଜି ବିଜେଡି କାର୍ଯ୍ୟକାରିଣୀ । ଏଥିରେ ଦଳର ବିଭିନ୍ନ ରାଜନୈତିକ ପ୍ରସ୍ତାବ ଗୃହୀତ ସହ ଆଗାମୀ ରଣନୀତି ଚୂଡାନ୍ତ ହେବ । ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣି କି ବାର୍ତ୍ତା ଦେବେ ତା ଉପରେ ନଜର ରହିଛି । ପୂର୍ବରୁ ଯୁବ ବିଜେଡି କାର୍ଯ୍ୟକାରିଣୀରେ ଜାତୀୟ ଦଳ ଉପରେ ବର୍ଷିଥିଲେ ନବୀନ । ଆଜି ଦଳୀୟ କାର୍ଯ୍ୟକାରିଣୀରେ ନେତା ଓ କର୍ମୀଙ୍କୁ କଣ ମନ୍ତ୍ର ଦେବେ ସମସ୍ତେ ଅପେକ୍ଷା କରିଛନ୍ତି ।

୨୦୨୧ରେ ପୌର, ୨୦୨୨ରେ ପଞ୍ଚାୟତ ନିର୍ବାଚନ । ୨୦୨୪ ଫାଇନାଲ ପୂର୍ବରୁ ଏବେଠୁ ସେମିଫାଇନାଲ ଉପରେ ଫୋକସ କଲାଣି ବିଜେଡି । ବିଜୁ ଯୁବ ଜନତା ଦଳ କାର୍ଯ୍ୟକାରିଣୀରେ ବିଜେଡି ସୁପ୍ରିମୋ ନବୀନଙ୍କ ଉଦବୋଧନରୁ ଏହାର ସ୍ପଷ୍ଟ ଆଭାସ ମିଳିଛି । ଏଥିପାଇଁ ଦଳ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ଯାଉଛି । ଏହାପରେ ଆସନ୍ତା ୨୬ ତାରିଖରେ ଦଳ ପାଳନ କରିବ ପ୍ରତିଷ୍ଠା ଦିବସ । ବିଜେଡିକୁ ୨୩ ପୂରି ୨୪ ବର୍ଷ ଚାଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.