ଜାଡ଼ରେ ଥରୁଛି ସାରା ଓଡ଼ିଶା: ଆଗାମୀ ୨୪ ଘଣ୍ଟାରେ ତାପମାତ୍ରା ଆହୁରି ୧-୨ ଡିଗ୍ରୀ ସେଲସିୟସ ଯାଏ ହ୍ରାସ ପାଇବ

ଭୁବନେଶ୍ବର: ରାଜ୍ୟରେ ଖସୁଛି ପାରଦ । ବଢୁଛି ଶୀତ । ଜାଡ଼ରେ ଥରୁଛି ଓଡ଼ିଶା । ୧୦ଡିଗ୍ରୀ ତଳେ ୧୩ସହର। ଦକ୍ଷିଣରୁ ପଶ୍ଚିମ ପୁଣି ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି । ପାଣିପାଗ ବିଭାଗ କହିଛି, ଆଗାମୀ ୨୪ ଘଣ୍ଟାରେ ତାପମାତ୍ରା ୩-୫ ଡିଗ୍ରୀ ସେଲସିୟସ ଯାଏ ହ୍ରାସ ପାଇବ ।

ବିଶେଷ କରି ଉତ୍ତର-ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଶୀତର ପ୍ରକୋପ ଆହୁରି ବଢିବ । ଗତକାଲି ସବୁଠୁ ଥଣ୍ଡା ସହର ପାଲଟିଥିଲା ଝାରସୁଗୁଡ଼ା । ରାଜ୍ୟକୁ ଉତ୍ତର ଓ ଉତ୍ତର-ପଶ୍ଟିମ ଦିଗରୁ ଥଣ୍ଡା ପବନ ପ୍ରବାହିତ ହେଉଥିବାରୁ ଶୀତର ପ୍ରକୋପ ବଢିବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.