Below header

ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏୟାରଲିଫ୍ଟ , ଅଣାଯାଉଛି ଭୁବନେଶ୍ବର

ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏୟାରଲିଫ୍ଟ। ସମ୍ବଲପୁରରୁ ଏୟାରଲିଫ୍ଟ କରି ଭୁବନେଶ୍ବର ଅଣାଯାଉଛି । ସମ୍ବଲପୁର ଜମାଦାରପାଲି ଏୟାରଷ୍ଟ୍ରିପ୍ ରୁ କରାଯାଉଛି ଏୟାରଲିଫ୍ଟ ।

ସମ୍ବଲପୁର : ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏୟାରଲିଫ୍ଟ। ସମ୍ବଲପୁରରୁ ଏୟାରଲିଫ୍ଟ କରି ଭୁବନେଶ୍ବର ଅଣାଯାଉଛି । ସମ୍ବଲପୁର ଜମାଦାରପାଲି ଏୟାରଷ୍ଟ୍ରିପ୍ ରୁ କରାଯାଉଛି ଏୟାରଲିଫ୍ଟ । ଆମ୍ବୁଲାନ୍ସ ଯୋଗେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନିଆଯାଉଛି ଏୟାରଷ୍ଟ୍ରିପ୍ । ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯିବ ।  ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା।

ଗତକାଲି ରାତିରେ ଭୁବନେଶ୍ବରରୁ ବରଗଡ଼ ଫେରିବା ବେଳେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରେଢ଼ାଖୋଲ ସ୍ଥିତ ଲୁହାପଙ୍କ ଠାରେ ଏକ ବୁଲାଣିରେ ତାଙ୍କ କାରକୁ ଏକ ଟ୍ୟାଙ୍କର ଧକ୍କା ଦେଇଥିଲା। ଗ୍ୟାସ୍ ଟ୍ୟାଙ୍କରଟି ସାମ୍ନା ପଟୁ ଧକ୍କା ଦେବା ଯୋଗୁଁ ପ୍ରସନ୍ନ ଆଚାର୍ଯ୍ୟଙ୍କ ମୁଣ୍ଡ ଓ ଆଖିରେ ଗଭୀର ଆଘାତ ଲାଗିଛି। ତାଙ୍କ ମୁଣ୍ଡରେ ୩୦ଟି ଷ୍ଟିଚ୍ ପଡ଼ିଥିବା ସୂଚନା ରହିଛି।

ଦୁର୍ଘଟଣା ପରେ ତାଙ୍କୁ ପ୍ରଥମେ ରେଢ଼ାଖୋଲ ମେଡିକାଲକୁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସେଠାରୁ ସମ୍ବଲପୁରକୁ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣାରେ ପ୍ରସନ୍ନଙ୍କ ପିଏସଓ ମଧ୍ୟ ଆହତ ହୋଇଛନ୍ତି l ତାଙ୍କର ଗୋଡ଼ ଭାଙ୍ଗି ଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି l ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର ଡ୍ରାଇଭରକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ। ଦୁର୍ଘଟଣା ଖବର ପାଇ ଜିଲ୍ଲାପାଳ ଓ ଆରଡିସି ମଧ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭେଟି କଥା ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.