ଆଇପିଏଲ୍‌ ୨୦୨୪: ନିଜ ନାମ ବଦଳାଇପାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଟିମ୍‌ ଆଇପିଏଲ୍‌ ୨୦୨୪ରେ ଏକ ନୂତନ ନାମ ସହିତ ପ୍ରବେଶ କରିପାରେ । ଆର୍‌ସିବି ନିଜେ ହିଁ ଏହାର ସଙ୍କେତ ଦେଇଛି ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଟିମ୍‌ ଆଇପିଏଲ୍‌ ୨୦୨୪ରେ ଏକ ନୂତନ ନାମ ସହିତ ପ୍ରବେଶ କରିପାରେ । ଆର୍‌ସିବି ନିଜେ ହିଁ ଏହାର ସଙ୍କେତ ଦେଇଛି । କୁହାଯାଉଛି କି, ଆର୍‌ସିବି ନିଜ ନାମରୁ ବାଙ୍ଗାଲୋର ଶବ୍ଦକୁ ହଟାଇପାରେ ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସେହି ୩ଟି ଟିମ୍‌ ମଧ୍ୟରୁ ଗୋଟିଏ, ଯିଏକି ଆରମ୍ଭରୁ ହିଁ ଆଇପିଏଲରେ ସାମିଲ ରହିଛି । କିନ୍ତୁ କେବେ ବି ଟାଇଟଲ୍ ଜିତିପାରି ନାହିଁ ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ନାମ ପରିବର୍ତ୍ତନ ବିଷୟରେ ସଙ୍କେତ ଦେଇଛି । ଆରସିବି ଏକ ଭିଡିଓ ଟ୍ୱିଟ୍ କରିଛି, ଯେଉଁଥିରେ ତିନିଟି ଘୋଡା ସଜେଇ ହୋଇ ରହିଛନ୍ତି । ପ୍ରଥମ ଘୋଡା ଉପରେ ରୟାଲ୍, ଦ୍ୱିତୀୟରେ ଚ୍ୟାଲେଞ୍ଜର୍ସ ଏବଂ ତୃତୀୟ ଘୋଡାରେ ବାଙ୍ଗାଲୋର ଲେଖା ହୋଇଥିବା କପଡ଼ା ରହିଛି । ଭିଡିଓରେ ରିଷଭ ଶେଟ୍ଟୀ ଏକ ଦମ୍‌ଦାର ଏଣ୍ଟ୍ରି ସହିତ ଆସୁଛନ୍ତି ଏବଂ ବାଙ୍ଗାଲୋର ଘୋଡାକୁ ସେଠାରୁ ହଟାଇ ଦେଉଛନ୍ତି ।

ଏହି ଭିଡିଓ ସହିତ ଏକ ପ୍ରଶ୍ନ ପଚରାଯାଇଛି ଯେ କ’ଣ ଆପଣ ବୁଝିପାରିଲେ କି, ରିଷଭ ଶେଟ୍ଟୀ କ’ଣ କହିବାକୁ ଚାହୁଁଛନ୍ତି ? ଏହା ସହିତ ପ୍ରଶଂସକମାନଙ୍କୁ ଟିକେଟ୍ କିଣିବାକୁ ଅପିଲ୍‌ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.