Below header

ଯାଜପୁର : ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇ କାର୍ଯ୍ୟକର୍ତ୍ତାଙ୍କୁ ନିଲମ୍ବିତ କଲା ବିଜେଡି

ଯାଜପୁର ଟାଉନ : ସରିଲା ନିର୍ବାଚନ ଏବେ ଆତ୍ମସମୀକ୍ଷାର ବେଳ । ଯାଜପୁର ନିର୍ବାଚନ ମଣ୍ଡଳୀରେ ଗତ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟକରିଥିବା ଦୁଇ ଜଣ କାର୍ଯ୍ୟକର୍ତ୍ତାଙ୍କୁ ନିଲମ୍ବିତ କରିଛି ବିଜେଡି । ଜିଲ୍ଲା ସଭାପତି ସରୋଜ ମହାପାତ୍ର ଆଜି ଦଶରଥପୁର ବ୍ଲକ ବିଜେଡି ସଭାପତି ସୁବାସ ଚନ୍ଦ୍ର ମହାନ୍ତି ଏବଂ ଯାଜପୁର ବ୍ଲକ ବିଜେଡି ସଭାପତି ପ୍ରଭାତ ଘଡାଇଙ୍କୁ ନିଲମ୍ବିତ କରିଛନ୍ତି । ତାଙ୍କ ସ୍ଥାନରେ ଅଜୟ କୁମାର ମହାନ୍ତିଙ୍କୁ ଦଶରଥପୁର ବ୍ଲକ ସଭାପତି ଏବଂ ପରେଶ ବିଶ୍ୱାଳଙ୍କୁ ଯାଜପୁର ବ୍ଲକ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଏଥିସହିତ ପ୍ରକାଶ ଚନ୍ଦ୍ର ସାମଲଙ୍କୁ ଜିଲା ବିଜୁ ଜନତା ଦଳର ସଂପାଦକ ଭାବେ ମଧ୍ୟ ନିଯୁକ୍ତି ମିଳିଛି । ଏଥିପାଇଁ ଜିଲା ସଭାପତି ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି ନବ ନିଯୁକ୍ତ କର୍ମକର୍ତ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.