ଯୌତୁକ ନେବାକୁ ଅରାଜି ହେଲେ ଶିକ୍ଷକ ବର, ଶଶୁରଘର ଦେଲେ ଲକ୍ଷେ ଟଙ୍କାର ବହି

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଜଣେ ଶିକ୍ଷକକୁ ଶଶୂର ଘର ଲୋକେ ଯୌତୁକରେ ୧ଲକ୍ଷ ଟଙ୍କାର ଏକ ହଜାର ବହି କିଣି ଦେଇଛନ୍ତି ।ଶିକ୍ଷକ ସୂର୍ଯ୍ୟକାନ୍ତ ବରିକ ବାହାଘରରେ ଯୌତୁକ ନନେବା ପାଇଁ ସର୍ତ୍ତ ରଖିଥିଲେ । କିନ୍ତୁ ବାହାଘର ଦିନ ଶଶୁରଘର ଲୋକେ ୧ହଜାର ବହି ଦେଇ ତାଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି ।

ସୂର୍ଯ୍ୟକାନ୍ତଙ୍କ ବାହାଘର ପୂର୍ବ ମେଦିନାପୁର ପ୍ରୀୟଙ୍କା ବେଜ୍‌ଙ୍କ ସହିତ ହୋଇଛି । ସୂର୍ଯ୍ୟକାନ୍ତଙ୍କ କହିବା କଥା ହେଲା ବାହାଘର ଦିନ ସେ ଯେବେ ମଣ୍ଡପରେ ପହଞ୍ଚିଥିଲେ ସେତେବେଳେ ବହି ଗୁଡିକ ଦେଖି ଖୁସିରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ସୂର୍ଯ୍ୟଙ୍କ ସ୍ତ୍ରୀ ପ୍ରିୟଙ୍କା କହିଛନ୍ତି,ମୋର ପରିବାର ଜଣିଛନ୍ତି ମୁଁ ଏମିତି ବାହାଘରରେ ବିଶ୍ୱାସ ରଖୁନାହିଁ ଯେଉଁଥିରେ ଯୌତୁକ ଦିଆଯାଏ । ମୋତେ ଏହି କଥାରେ ଖୁସି ଲାଗୁଛି ଯେ,ମୋର ସ୍ୱାମୀ ମଧ୍ୟ ଏହି ଯୌତୁକ ପରମ୍ପରାର ବିରୋଧୀ ଅଟନ୍ତି । ସ୍ୱାମୀଙ୍କ ଭଳି ମୁଁ ବହି ପଢିବାର ସଉକ ରଖୁଥିବାରୁ ପରିବାର ଲୋକେ ଏହି ବହି ଗୁଡିକୁ ଉପହାର ରୂପେ ଦେଇଛନ୍ତି ।

ସୂର୍ଯ୍ୟକାନ୍ତଙ୍କୁ ଯେଉଁ ବହିଗୁଡିକ ଯୌତୁକରେ ମିଳିଛି ସେଥିରେ ଅନେକ ସର୍ବଶେଷ୍ଠ ଲେଖକଙ୍କ ସଂଗ୍ରହ ରହିଛି । ଏଥିରେ ରବିନ୍ଦ୍ର ନାଥ ଟାଗୋର,ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଓ ଶରତ ଚନ୍ଦ୍ର ଚଟୋପାଧ୍ୟାୟଙ୍କ ଭଳି ଦେଶର ନାମକରା ବଙ୍ଗାଳୀ ଲୋଖକଙ୍କ ସଂକଳନ ରହିଛି । ଏହି ବହି ସବୁକୁ କଲିକତା କଲେଜ ଷ୍ଟ୍ରିଟ୍‌ ଓ ଉଦ୍‌ବୋଧନ କାର୍ଯ୍ୟାଳୟରୁ କିଣାଯାଇଛି। ଯାହା ରାମକୃଷ୍ଣ ମଠର ପ୍ରକାଶନ କମ୍ପାନୀ ଅଟେ ।

କନ୍ୟାପକ୍ଷର ସମ୍ପର୍କୀୟଙ୍କ ମୂତାବକ ବାହାଘରରେ ଆସିବାକୁ ଥିବା ସବୁ ଅତିଥିଙ୍କୁ ଉପହାର ଆଣିବାକୁ ମନା କରାଯାଇଥିଲା । ଏହା ବଦଳରେ ସେମାନଙ୍କୁ ଫୁଲ କିମ୍ବା ବହି ଉପାହାର ସ୍ୱରୂପ ଦେବା ପାଇଁ କୁହାଯାଇଥିଲା । ଯୌତୁକ ଓ ଉପହାରରେ ଏତେ ମାତ୍ରାରେ ବହି ମିଳିଛି ଯେ,ଏଥିରେ ଗୋଟିଏ ଲାଇବ୍ରେରୀ ଖୋଲି ପାରିବି ବୋଲି ସୂର୍ଯ୍ୟକାନ୍ତ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.