ଖରାଛୁଟି ପାଇଁ ଗୋ ଏୟାରର ଦମଦାର ଅଫର, ମାତ୍ର ୮୯୯ଟଙ୍କାରେ କିଣନ୍ତୁ ବିମାନ ଟିକେଟ

ଆପଣ ମଧ୍ୟ ଖରା ଛୁଟିରେ କେଉଁ ଆଡେ ବୁଲି ଯିବା ପାଇଁ ଭାବୁଛନ୍ତି ତେବେ ଏହି ଖବର ଖାସ ଆପଣଙ୍କ ପାଇଁ। ବିମାନ କମ୍ପାନୀ ଗୋ ଏୟାର ଦେଉଛି ଦମଦାର ଅଫର। ଏହି ଅଫରର ନାମ ମେଗା ମିଲିୟନ ସେଲ ରହିଥିବା ବେଳେ ତାହା ଆଜିଠୁ ଆରମ୍ଭ ହେବାକୁ ଯାଉଛି। ଏହି ଅଫର ୨୯ ମେ ପର‌୍ୟ୍ୟନ୍ତ ଲାଗୁ ରହିବ। କମ୍ପାନୀ ଏଥିରେ ୮୯୯ଟଙ୍କା ଟିକେଟର ୧୦ଲକ୍ଷ ସିଟର ବିକ୍ରି ଆରମ୍ଭ କରିଛି। ଏହି ଟିକେଟରେ ଯାତ୍ରୀ ମାନେ ୧୫ ଜୁନରୁ ୩୧ ଡିସେମ୍ବର ମଧ୍ୟରେ ଯାତ୍ରା କରିପାରିବେ। ଏହି ଅଫର ସମ୍ବନ୍ଧୀୟ ସମସ୍ତ ସୂଚନା ଆପଣଙ୍କୁ କମ୍ପାନୀର ଆଧିକାରୀକ ୱେବସାଇଟରେ ମିଳିଯିବ।

go-air3

ଛୁଟି ପାଇଁ ଲୋକଙ୍କ ମଧ୍ୟରେ ଯାତ୍ରା ଟିକେଟକୁ ନେଇ ଚିନ୍ତା ରହିଥିବା ବେଳେ ଗୋ ଏୟାରର ଏହି ଅଫର ଆଶ୍ବସ୍ତି ପ୍ରଦାନ କରିଛି। ଅଫରରେ କିଣାଯାଇଥିବା ଟିକେଟରେ ଗ୍ରାହକ ଜୁନ ରୁ ଡିସେମ୍ବର ମଧ୍ୟରେ ଯାତ୍ରା କରିପାରିବେ।

ଗୋ ଏୟାର ଏହି ଅଫରଟି ୨୪ଟି ଡୋମେଷ୍ଟିକ୍ ଲୋକେସନ୍ ପାଇଁ ରହିଛି। ବିମାନ ଟିକେଟକୁ ବୁକିଂ କରିବା ସମୟରେ ଆପଣ ବିଭିନ୍ନ ୱାଲେଟରେ ମଧ୍ୟ ଡିସକାଉଣ୍ଟ ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.