Below header

୨୭ ବର୍ଷରେ ପାଦ ଦେଲା ବିଜେଡି

୨୭ ବର୍ଷରେ ପାଦ ଦେଲା ବିଜେଡି । ଆଜି ଦଳ ପାଳୁଛି ୨୬ତମ ପ୍ରତିଷ୍ଠା ଦିବସ । ନିର୍ବାଚନ ମଣ୍ଡଳୀ, ବ୍ଲକ ଓ ପୌରାଞ୍ଚଳରେ ଦଳ ପକ୍ଷରୁ ପାଳନ କରାଯିବ । ପ୍ରତି ନିର୍ବାଚନମଣ୍ଡଳୀ ସହ ଶଙ୍ଖ ଭବନରେ ମଧ୍ୟ ପାଳନ ହେବ ବିଜେଡି ପ୍ରତିଷ୍ଠା ଦିବସ। ଆଜି କଟକ ଆନନ୍ଦ ଭବନରୁ ଶଙ୍ଖ ଭବନ ପର୍ଯ୍ୟନ୍ତ ସାଇକେଲ ଶୋଭାଯାତ୍ରା କରିବ ଯୁବ ଓ ଛାତ୍ର ଜନତା ଦଳ ।

ଭୁବନେଶ୍ୱର(କେନ୍ୟୁଜ):  ୨୬ ପୂରି ୨୭ ବର୍ଷରେ ପାଦ ଦେଲା ବିଜେଡି । ଗତ ୨୬ ବର୍ଷ ଧରି ନିଷ୍ଠାପର ଭାବେ ଜନତାଙ୍କ ପାଇଁ କାର୍ଯ୍ୟ କରିଆସୁଛି । ନିର୍ବାଚନ ମଣ୍ଡଳୀ, ବ୍ଲକ ଓ ପୌରାଞ୍ଚଳରେ ଦଳ ପକ୍ଷରୁ ପାଳନ କରାଯାଉଛି ବିଜେଡି ପ୍ରତିଷ୍ଠା ଦିବସ । ପ୍ରତି ନିର୍ବାଚନମଣ୍ଡଳୀ ସହ ଶଙ୍ଖ ଭବନରେ ମଧ୍ୟ ପାଳନ ହେଉଛି କାର୍ଯ୍ୟକ୍ରମ । ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ କଟକ ଆନନ୍ଦ ଭବନରୁ ଶଙ୍ଖ ଭବନ ପର୍ଯ୍ୟନ୍ତ ସାଇକେଲ ଶୋଭାଯାତ୍ରା କରାଯାଇଛି ।

ଏଥିରେ ବିଜେଡିର ମନ୍ତ୍ରୀ, ବିଧାୟକ, ନେତା ଓ କର୍ମୀ ସାମିଲ ହୋଇଥିଲେ । ଏଥିସହ ବିଭିନ୍ନ ସ୍ଥାନରେ ଗଣଦୌଡ଼, ରକ୍ତଦାନ ଶିବିର, ସଭା ସାଙ୍ଗକୁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଉଛି । ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନ । ଏହି ପରିପ୍ରେକ୍ଷୀରେ ୨୦୨୪ ନିର୍ବାଚନ ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ । ଗତଥର ପୁରୀରେ ବିଜେଡିର ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ ହୋଇଥିଲା ।

ବିଜେଡି ୨୫ କି ୫୦ ନୁହେଁ, ମାଆମାନଙ୍କ ଆଶୀର୍ବାଦ ରହିଲେ ବିଜେଡି ରାଜ୍ୟବାସୀଙ୍କର ଶହେବର୍ଷ ସେବା କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ନିକଟରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଗୁରୁମନ୍ତ୍ର ଦେଇଥିଲେ ନବୀନ । ବିଜେଡି ଦେଶରେ ସବୁଠୁ ସଫଳ ସାମାଜିକ-ଅର୍ଥନୈତିକ ଆନ୍ଦୋଳନ ବୋଲି କହିଥିଲେ । ଆଜି ପ୍ରତିଷ୍ଠା ଦିବସରେ କଣ ବଡ଼ ବାର୍ତ୍ତା ଦେବେ ତାଉପରେ ନଜର ରହିଛି । ଓଡ଼ିଶାରେ ବିଜେଡି ଲଗାତାର ୫ଥର ଜିତି ଏବେ ଷଷ୍ଠଥର ପାଇଁ ସେବା କରିବା ପାଇଁ ଆରମ୍ଭ କରି ଦେଇଛନ୍ତି ପ୍ରୟାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.