ନିଆରା ଢଙ୍ଗରେ ବଣ ଭୋଜି ମଜା ନେଉଛନ୍ତି ପର୍ଯ୍ୟଟକ, ପରିବାର ଓ ସାଙ୍ଗସାଥିଙ୍କ ମେଳରେ କରୁଛନ୍ତି ଉପଭୋଗ

ଶୀତୁଆ କାଳରେ ସାଧାରଣତଃ ଲୋକେ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଆସିଥାନ୍ତି । ବିଶ୍ୱ ଐତିହ କୋଣାର୍କ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ବୁଲି ଦେଖିବା ସହିତ ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ନାହିଁ ନ ଥିବା ଭିଡ ହେଉଛି ।

ଗୋପ (କେନ୍ୟୁଜ୍‌): ଏବେ ପର୍ଯ୍ୟଟନ ଋତୁରେ ସବୁ ପର୍ଯ୍ୟଟନସ୍ଥଳ ଚଳଚଞ୍ଚଳ ହେଉଥିବା ବେଳେ କୋଣାର୍କ ଠାରୁ ଆରମ୍ଭକରି ମା ରାମଚଣ୍ଡୀ ମନ୍ଦିର ପର୍ଯ୍ୟନ୍ତ ସ୍ୱର୍ଣ୍ଣାଭ ବେଳା ଭୂମି ପାଲଟିଛି ଜନ ସମୁଦ୍ର । ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଆସି ନିଜ ପରିବାର ଓ ସାଙ୍ଗ ସାଥିଙ୍କ ସହ ବଣଭୋଜିର ମଜା ନେଉଛନ୍ତି ।

ଶୀତୁଆ କାଳରେ ସାଧାରଣତଃ ଲୋକେ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଆସିଥାନ୍ତି । ବିଶ୍ୱ ଐତିହ କୋଣାର୍କ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ବୁଲି ଦେଖିବା ସହିତ ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ନାହିଁ ନ ଥିବା ଭିଡ ହେଉଛି । ମଣିଷ କର୍ମମୟ ଜୀବନ ଭିତରେ ସବୁବେଳେ ରହୁଥିବା ବେଳେ ଟିକିଏ ଫୁରୁସତ୍ ମିଳିଲେ ନିଜ ମନକୁ ଖୁସି କରିବା ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ଯାଇଥାନ୍ତି ।

ସେହିପରି ବଡ ଦିନ ଅବସରରେ କୋଣାର୍କ ଠାରୁ ଆରମ୍ଭ କରି ମା ରାମଚଣ୍ଡୀ ମନ୍ଦିର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଭିଡ ଲାଗିଥିଲା । ନାହିଁ ନ ଥିବା ଭିଡ ହୋଇଥିଲା ଉକ୍ତ ସ୍ଥାନରେ । ଭିଡ ଏତେ ହୋଇଥିଲା ଯେ କେବଳ ଆଖିରେ ଦେଖିଲେ ହିଁ ବିଶ୍ୱାସ କରିହେବ । କୋଣାର୍କକୁ ବୁଲିଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.